ବିଧାନସଭା ଶୀତ ଅଧିବେଶନ; ଗୃହକୁ ନଆସି ଭିଡିଓ କନଫରେନ୍ସିଂ ଯୋଗ ଦେବେ ନବୀନ ଓ ୨ ପ୍ରଫୁଲ୍ଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଧାନସଭାର ଶୀତ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ଥିଲେ । ତେବେ ଆଗକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବେ । ନବୀନଙ୍କ ସହ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଭଣ୍ଡାରି ପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ମଧ୍ୟ ଭିସି ଜରିଆରେ ଗୃହ କାର୍ଯ୍ୟରେ ଭାଗ ନେବେ ।

ସ୍ୱାସ୍ଥ୍ୟଗତ କାରଣରୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଫୁଲ୍ଲ ମଲ୍ଲିକ ଓ ପ୍ରଫୁଲ୍ଲ ସମାଲ ଭିଡିଓ କନଫରେନ୍ସିଂରେ ସାମିଲ୍ ହେବେ ବୋଲି କୁହାଯାଇଛି । ଏନେଇ ସେମାନେ ବିଧାନସଭା ବାଚସ୍ପତିଙ୍କୁ ମଧ୍ୟ ଅବଗତ କରାଇଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଭିସିରେ ଭାଗନେଇପାରିବେ ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକ ପରେ ବାଚସ୍ପତି କହିଥିଲେ ।

ତେବେ ଆଜି ଶୀତ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଗୃହକୁ ଆସିଥିଲା ବେଳେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ପ୍ରଫୁଲ୍ଲ ସାମଲ ମଧ୍ୟ ଭିସି ଜରିଆରେ ଅଧିବେଶନରେ ସାମିଲ୍ ହୋଇଥିଲେ ।

ତେବେ ଏହି ଭିଡିଓ କନଫରେନ୍ସିଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି ଯେ, ଭାରତ ବର୍ଷର କୌଣସି ବିଧାନସଭାରେ ଏଭଳି ବ୍ୟବସ୍ଥା ନାହିଁ। ଏହି ବ୍ୟବସ୍ଥା କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ କରାଯାଇଛି। ମୁଖ୍ୟମନ୍ତ୍ରୀ ବିଦେଶରେ ବୁଲୁଛନ୍ତି ହେଲେ ବିଧାନସଭା ଆସିବାକୁ କାହିଁକି ଭୟ କରୁଛନ୍ତି ? ବୋଲି ସେ ପ୍ରଶ୍ନ କରିଛନ୍ତି।

Related Posts