ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେଡି ବିଧାୟକମାନଙ୍କୁ ଦିଆଯାଉଛି ତାଲିମ୍ । ତେବେ କିଭଳି ଭାବେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବେ, ନାକଚ ହେବ ନାହିଁ । ସେଥପାଇଁ ଦଳ ବରିଷ୍ଠ ନେତା ଏହି ତାଲିମ ଦେଉଛନ୍ତି । ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଉପସ୍ଥିତିରେ ଏହି ତାଲିମ ଦିଆଯାଉଛି । ବିଶେଷ କରି ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ଯାଉଥିବା ବିଧାୟକମାନଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଉଛି ।
ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦୌପ୍ରଦୀ ମୁର୍ମୁଙ୍କୁ ବିଜେଡି ସମର୍ଥନ ଦେଉଥିବା ବେଳେ ଓଡ଼ିଶାର ଆଦିବାସୀ ଝିଅ ହୋଇଥିବାରୁ କିଭଳି ଭାବେ ଓଡିଶାରୁ ଅଧିକ ଭୋଟ ମିଳିବ ସେଥିପାଇଁ ପ୍ରୟାସ ମଧ୍ୟ କରିଛି ବିଜେଡି । ରାଷ୍ଟ୍ରପତି ନିର୍ବାଚନ ପାଇଁ ସାରା ରାଜ୍ୟର ରାଜନୀତିକ ମାହଲ ବେଶ୍ ଚାଳଚଞ୍ଚ୍ଚଲ ହୋଇ ଉଠିଛି ।
