ଲିଙ୍ଗ ପରିବର୍ତ୍ତନ ପାଇଁ ଅସ୍ତ୍ରୋପଚାର ବେଳେ ଚାଲିଗଲା ଜୀବନ: ଦୁଇ ବି-ଫାର୍ମା ଛାତ୍ରଙ୍କୁ ବାନ୍ଧିଲା ପୋଲିସ

ଲିଙ୍ଗ ପରିବର୍ତ୍ତନ କରିବା ଜଣେ ଯୁବକଙ୍କୁ ଭାରି ପଡ଼ିଛି । ଶେଷରେ ଜିବନ ହରେଇବାକୁ ପଡ଼ିଛି । ଏହି ଘଟଣାରେ ପୋଲିସ 2 ବି-ଫାର୍ମା ଛାତ୍ରଙ୍କୁ ଗିରଫ କରିଛି । ଏହି ଦୁଃଖଦ ଘଟଣା ଆନ୍ଧ୍ରପ୍ରଦେଶରେ ଘଟିଛି। ଲିଙ୍ଗ ପରିବର୍ତ୍ତନ ପାଇଁ ଇଚ୍ଛା ପ୍ରକାଶ କରିଥଲେ ୨୮ ବର୍ଷୀୟ ଯୁବକ , ୟୁଟ୍ୟୁବରୁ ଦେଖି ସେହି ପ୍ରକ୍ରିୟାକୁ ଉପଯୋଗ କରୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆନ୍ଧ୍ରପ୍ରଦେଶର ଦୁଇ ଜଣ ବି-ଫାର୍ମା ଛାତ୍ର ଏକ ଲଜ୍‌ରେ ଏଭଳି ସର୍ଜରୀ କରୁଥିଲା ବେଳେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଶ୍ରୀକାନ୍ତ। ତାଙ୍କ ଘର ପ୍ରକାଶମ ଜିଲ୍ଲାରେ। ସେ ଜଣେ ଶ୍ରମିକ ଭାବେ କାମ କରନ୍ତି। ଶ୍ରୀକାନ୍ତ ବିବାହିତ ଥିଲେ। ତେବେ କିଛ ଦିନ ଧରି ସେ ନିଜ ସ୍ତ୍ରୀଙ୍କୁ ଛାଡ଼ି ଏକାକୀ ରହୁଥିଲେ। ପରେ ଶ୍ରୀକାନ୍ତ ସମ୍ପୃକ୍ତ ୨ ଜଣ ବି ଫାର୍ମାଙ୍କ ଛାତ୍ରଙ୍କ ଯୋଗାଯୋଗରେ ଆସି ଭେଟିଥିଲେ। ସେ ନିଜର ସମସ୍ୟା ବିଷୟରେ କହିବା ସହ ଲିଙ୍ଗ ପରିବର୍ତ୍ତନ ପାଇଁ କହିଥିଲେ।

ଯାହାକୁ ଇଂରାଜୀରେ ରିଜାଇନ୍‌ମେଣ୍ଟ ବୋଲି କୁହାଯାଏ। ଏହି ଲିଙ୍ଗ ପରିବର୍ତ୍ତନ ପ୍ରକ୍ରିୟାରେ ସେ ପୁଅରୁ ଝିଅ ହେବା ପାଇଁ ଚାହୁଁଥିଲେ। ଏଥିପାଇଁ ସେ ମୁମ୍ବାଇ ଯିବା ପାଇଁ ଚାହୁଁଥିଲେ। ହେଲେ ଅଳ୍ପ ଖର୍ଚ୍ଚରେ ସମ୍ପୃକ୍ତ ଦୁଇ ଛାତ୍ର କରିଦେବେ ବୋଲି ତାଙ୍କୁ ମନାଇଥିଲେ। ଏଥିରେ ଶ୍ରୀକାନ୍ତ ରାଜି ହୋଇଥିଲେ। ଛାତ୍ର ଦୁଇ ଜଣ ଶ୍ରୀକାନ୍ତକୁ ଏକ ପ୍ରାଇଭେଟ୍‌ ଲଜ୍‌ରେ ସର୍ଜରୀ କରିଥିଲେ। ୟୁ-ଟ୍ୟୁବରୁ ସର୍ଜରୀ ପ୍ରକ୍ରିୟା ଦେଖି ଏହାକୁ ଉପଯୋଗ କରିଥିଲା। ହେଲେ ଦୁର୍ଭାଗ୍ୟବସତଃ ସର୍ଜରୀ ବିଫଳ ହୋଇଥିଲା । ଏହି ସମୟରେ ଯୁବକ ଜଣକର ପ୍ରବଳ ରକ୍ତସ୍ରାବ ହୋଥିଲା। ଏହା ପରେ ଶ୍ରୀକାନ୍ତଙ୍କର ମୃତ୍ୟୁ ଘଟିଥିଲା।

Related Posts