
ମୁମ୍ବାଇ: MNS ମୁଖ୍ୟ ରାଜ ଠାକ୍ରେଙ୍କୁ ନୋଟିସ୍ ଜାରି | ସିଆର୍ପିସି ଧାରା ୧୪୯ରେ ପୋଲିସ ରାଜ ଠାକ୍ରେଙ୍କୁ ନୋଟିସ୍ ଜାରି କରିଛି | ପୂର୍ବରୁ ନୋଟିସ ଜାରି କରାଯାଇଥିଲେ ମଧ୍ୟ ମୁମ୍ବାଇ ପୋଲିସର ନୋଟିସ୍କୁ ମାନିନାହାନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନାର କର୍ମକର୍ତ୍ତା । ନୋଟିସ ସତ୍ତ୍ୱେ ମୁମ୍ବାଇରେ ଆଜି ଲାଉଡସ୍ପିକର ଲଗାଇ ହନୁମାନ ଚାଲିସା ପାଠ କରାଯାଇଛି । ମୁମ୍ବାଇର ଚାରକୋର ଅଞ୍ଚଳରେ ଲାଉଡସ୍ପିକର ଜରିଆରେ ହନୁମାନ ଚାଲିସା ପାଠ କରାଯାଇଛି । ଆଜି ଭୋର ସକାଳୁ ଏହି ଅଞ୍ଚଳରେ କିଛି ଲୋକ ହନୁମାନ ଚାଲିସା ଲାଉଡସ୍ପିକର ମାଧ୍ୟମରେ ବଜାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି ।
ମସ୍ଜିଦରେ ଲାଉଡ୍ସ୍ପିକର ହଟାଇବା ନେଇ ରାଜ ଠାକରେ ମହାରାଷ୍ଟ୍ର ସରକାରଙ୍କୁ ଦେଇଥିବା ଅଲ୍ଟିମେଟମ୍ ଶେଷ ହୋଇଛି। ଗତକାଲି ଠାରୁ ଲାଉଡ୍ସ୍ପିକରରେ ଆଜାନ ଶୁଭିଲେ ଲାଉଡ୍ସ୍ପିକରରେ ହନୁମାନ ଚାଳିଶା ବଜାଇବା ପାଇଁ ଆହ୍ୱାନ ଦେଇଛନ୍ତି ରାଜ୍ ଠାକ୍ରେ। ଆଉ ପୁଲିସର କଡ଼ା ବନ୍ଦୋବସ୍ତ ପରେ ବି ଆଜି ସକାଳେ କେତେକ ସ୍ଥାନରେ ମସ୍ଜିଦ୍ ସାମ୍ନାରେ ଲାଉଡସ୍ପିକରରେ ହନୁମାନ ଚାଳିଶା ବଜାଯାଇଛି।
ପୂର୍ବରୁ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ) ମୁଖ୍ୟ ଘୋଷଣା କରିଥିଲେ ଯେ, ଦେଶର ସମସ୍ତ ହିନ୍ଦୁ ଭାଇମାନଙ୍କୁ ମୋର ନିବେଦନ ଯେ, ମେ’ ୪ ତାରିଖ ଦିନ ହନୁମାନ ଚାଲିସା ପାଠ କରନ୍ତୁ । ଆମେ ଦେଶରେ ଶାନ୍ତି ଭଙ୍ଗ କରିବାକୁ ଚାହୁଁନାହୁଁ । ଆମେ ଦେଶରେ ଦଙ୍ଗା ମଧ୍ୟ ଚାହୁଁନାହୁଁ ।
ଠିକ୍ ଆଜାନ ସମୟରେ ମୁମ୍ବାଇର କାନ୍ଦିବଲି ଚାରକୋପରେ ଏମ୍ଏନ୍ଏସ୍ର କର୍ମୀମାନେ ନିଜ ନିଜ ଛାତରେ ଲାଉଡ୍ସ୍ପିକର ରଖି ହନୁମାନ ଚାଳିଶା ବଜାଇଛନ୍ତି। ଅନ୍ୟପଟେ ଏହି ବିବାଦ ପରେ ପୁଲିସ କରିଛି। ଜ୍ଞାତ ଅପରାଧିମାନଙ୍କୁ ରୋକିବା ପାଇଁ ଏହି ଧାରାରେ ନୋଟିସ ଜାରି କରାଯାଇଥାଏ। ସେମାନଙ୍କୁ ଜ୍ଞାତ ଅପରାଧି କୁହାଯାଏ ଯେଉଁମାନଙ୍କୁ ପୁଲିସ ବିନା ୱାରେଣ୍ଟରେ ଗିରଫ କରିପାରିବ।
ଘଟଣାର ଅପ୍ଡେଟ୍ ଅନୁସାରେ ରାଜ ଠାକେରଙ୍କର ଚେତାବନୀ ପରେ ପୁଲିସ ଅନେକ MNS କର୍ମୀଙ୍କୁ ଅଟକ ରଖିଛି। ନୀତିନ ନାୟକ, ପ୍ରବୀଣ ହଙ୍ଗେ, ଶରଦ ଦିଧେଙ୍କୁ ପୁଲିସ ଅଟକ ରଖିଛି ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ଘଟଣାରେ ରାଜ ଠାକରେଙ୍କ ବିରୋଧରେ ଔରଙ୍ଗାବାଦ ପୁଲିସ ଷ୍ଟେସନ୍ରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ ରାଜ୍ ଠାକ୍ରେ ଏଠାରେ ଉତ୍ତେଜିତ ଭାଷଣ ଦେଇଥିଲେ ।