ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୋରାପୁଟ ଓ ବଲାଙ୍ଗିର ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣା ସାମ୍ନାକୁ ଆସିବା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଉଭୟ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣାକୁ ନେଇ ଜିଲ୍ଲାର ସବୁ ସିଆର୍‌ସିସିଙ୍କୁ କାର୍ଯ୍ୟାନ୍ତର କରିବା ଲାଗି ଗଣଶିକ୍ଷା ବିଭାଗ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । କୋରାପୁଟର ୧୧୪ ଏବଂ ବଲାଙ୍ଗୀରର ୮୦ରୁ ଅଧିକ ସିଆର୍‌ସିସିଙ୍କୁ କାର୍ଯ୍ୟାନ୍ତର କରାଯାଇଛି ।ସେହିପରି ୨ ଜିଲାର ମଧ୍ୟାହ୍ନ ଭୋଜନର ତଦାରଖ କରୁଥିବା ସମସ୍ତ ଡିଟିପି ଅପରେଟରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ବିଭାଗ ମାଧ୍ୟମରେ ଆସୁଛି, ତେଣୁ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ପ୍ରମୁଖ ସଚିବଙ୍କୁ ଚିଠି ଲେଖାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।