ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ ଆଶ୍ୱସ୍ତି। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ତାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ମିଳିଛି ବଡ ଆଶ୍ଵସ୍ତି। ସ୍କୁଲ୍ ସର୍ଭିସ୍ କମିସନରେ ହୋଇଥିବା ଦୁର୍ନୀତିରେ ସିବିଆଇ ତଦନ୍ତ କରିବା ନେଇ କଲିକତା ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇଛନ୍ତି ଉଚ୍ଚତମ ନ୍ୟାୟାଳୟ। କେବଳ ଏତିକି ନୁହେଁ ସୁପ୍ରିମକୋର୍ଟ ଏହି ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ମନୀଷ ଜୈନଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ଉପରେ ରୋକ୍ ଲଗାଇଛନ୍ତି। ଉଲ୍ଲେଖନୀୟ କଲିକତା ହାଇକୋର୍ଟ ଶିକ୍ଷକ ନିଯୁକ୍ତି ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଗତ ନଭେମ୍ବର ୧୭ରେ କଲିକତା ହାଇକୋର୍ଟ ଉକ୍ତ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇରର ସ୍ଵତନ୍ତ୍ର ତଦନ୍ତକାରୀ ଦଳରୁ ଦୁଇ ଜଣ ଅଧିକାରୀଙ୍କୁ ହଟାଇ ନୂତନ ଚାରି ଅଧିକାରୀଙ୍କୁ ସାମିଲ୍ କରିଥିଲେ। ଉଚ୍ଚ ନ୍ୟାୟାଳୟ କହିଥିଲେ, ସିବିଆଇ ମାମଲାରେ ବହୁତ ମନ୍ଥର ଗତିରେ ତଦନ୍ତ କରୁଛି। ପାଞ୍ଚ ମାସ ପୂର୍ବେ ଏସଆଇଟି ଗଠନ ହୋଇଥିଲେ ସୁଦ୍ଧା ଚାକିରି ପାଇଥିବା ୫୪୨ ଜଣଙ୍କ ମଧ୍ୟରୁ ମାତ୍ର ୧୬ ଜଣଙ୍କୁ ପଚରା ଉଚୁରା କରି ପାରିଛି। ତେବେ ଶୁକ୍ରବାର ମାମଲାରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ସିବିଆଇ ତଦନ୍ତ କଲିକତା ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇଛନ୍ତି