ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଉତ୍ତର କୋରିଆ ଭଳି ଏକଛତ୍ରବାଦୀ ଶାସନ ଚଳାଇଛନ୍ତି: ଶୁଭେନ୍ଦୁ ଅଧିକାରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ବିରୋଧରେ ମଙ୍ଗଳବାର ବିଜେପି ଜୋରଦାର୍ ପ୍ରଦର୍ଶନ କରିଛି । ପଶ୍ଚିମବଙ୍ଗର ଏସଏସସି ଦୁର୍ନୀତିକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛି । ଏହି ପ୍ରଦର୍ଶନରେ ହଜାର ହଜାର କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀ ବାସଭବନ ଏବଂ ସଚିବାଳୟ ବାହାରେ ଏକତ୍ରିତ ହୋଇଥିଲେ । ଏହାକୁ ନେଇ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ପାଖରେ ତାଙ୍କ ଲୋକଙ୍କ ପାଇଁ ସମର୍ଥନ ନାହିଁ ଏବଂ ସେଥିପାଇଁ ସେ ପଶ୍ଚିମବଙ୍ଗରେ ଉତ୍ତର କୋରିଆ ଭଳି ଏକଛତ୍ରବାଦୀ ଶାସନ କାର୍ଯ୍ୟକାରୀ କରୁଛନ୍ତି । ପୋଲିସ ବିଜେପି କର୍ମୀଙ୍କ ସହ ଯାହା କରୁଛି ସେଥିପାଇଁ ତାଙ୍କୁ ମହଙ୍ଗା ପଡିବ । ରାଜ୍ୟରେ ଖୁବଶୀଘ୍ର ବିଜେପି ଶାସନକୁ ଆସୁଛି ବୋଲି ଶୁଭେନ୍ଦୁ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମମତା ସରକାରଙ୍କ ଦୁର୍ନୀତି ବିରୋଧରେ ଆଜି ବିଜେପି ପକ୍ଷରୁ ‘ନବନ୍ନା ଯାତ୍ରା’ ( ରାଜ୍ୟ ସଚିବାଳୟ ଯାତ୍ରା ) ଆହ୍ବାନ ଦିଆଯାଇଥିଲା। ଏଥିପାଇଁ ରାଜ୍ୟର ଚାରିଆଡୁ ହାଜର ହଜାର ବିଜେପି କର୍ମୀ ଆସିଥିଲେ। ମାତ୍ର ଏହି ପ୍ରଦର୍ଶନ ବେଳେ ସାନ୍ତ୍ରାଗାଚିରୁ ପୋଲିସ୍ ଶୁଭେନ୍ଦୁଙ୍କୁ ହେପାଜତକୁ ନେଇଥିଲା । ଏଥିସହ ବିଜେପି ନେତା ତଥା ସାଂସଦ ଲକେଟ୍ ଚାଟାର୍ଜୀ ଏବଂ ଦଳର ନେତା ରାହୁଲ ସିହ୍ନାଙ୍କୁ ମଧ୍ୟ ଜେଲ ଭ୍ୟାନରେ ଅଟକ ରଖିଥିଲା । ସଚିବାଳୟ ନିକଟରେ ଥିବା ‘ଦ୍ୱିତୀୟ ହୁଗୁଲି ବ୍ରିଜ୍’ ନିକଟରେ ଥିବା ପୋଲିସ ଟ୍ରେନିଂ ସ୍କୁଲ ସମ୍ମୁଖରେ ସେମାନଙ୍କୁ ଅଟକାଇ ଦିଆଯାଇଥିଲା ଏହାର ବିରୋଧ କରି ପୋଲିସ ର ଜୁଲୁମକୁ ଶୁଭେନ୍ଦୁ ଉତ୍ତର କୋରିଆ ଶାସନ ସହ ତୁଳନା କରିଛନ୍ତି ।

Related Posts