ନୂଆଦିଲ୍ଲୀ- ମଣିପୁର ଭୂସ୍ଖଳନ ଘଟଣାରେ ବଢ଼ିବାକୁ ଲାଗିଛି ମୃତ୍ୟୁ ସଂଖ୍ୟା । ଅବିରତ ସର୍ଚ୍ଚ ଅପରେସନ ଜାରି ରହିବା ସହ ମୃତକଙ୍କୁ ମାଟି ତଳୁ ଉଦ୍ଧାର କରାଯାଉଛି । ଏନଡିଆରଏଫ୍, ଆସାମ ରାଇଫଲ୍ସ, ଟେରିଟୋରିଆଲ୍ ଆର୍ମି, ଏସଡିଆରଏଫ୍ ଘଟଣା ସ୍ଥଳରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ହୋଇଛି।
ମଣିପୁର ନୋନି ଜିଲ୍ଲା ତୁପୁଲ ରେଲୱେ ଷ୍ଟେସନ ନିକଟରେ ଏକନିର୍ମାଣ ଧିନ ପ୍ରୋଜେକ୍ଟକୁ ସୁରକ୍ଷା ଦେବାକୁ ମୁତୟନ ହୋଇଥିଲେ ଭାରତୀୟ ସେନାର ୧୦୭ ଟେରିଟୋରିଆଲ୍ ଆର୍ମି ୟନିଟ୍ ନିକଟରେ ଭୂକମ୍ପ ହୋଇଥିଲା। ଏଥିରେ ସାଧାରଣ ଲୋକ ସହ ସେନା କର୍ମୀଙ୍କର ମାଟି ତଳେ ଚାପି ହୋଇ ମୃତ୍ୟୁ ହୋଇଥିବା କୁହାଯାଉଛି।
ତେବେ ଏହି ଘଟଣାରେ ୧୩ ସେନା ଯବାନ ଓ ୫ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ମାଟି ତଳେ ୫୫ ଯବାନ ଚାପି ହୋଇରହିଥିବା ସନ୍ଦେହ କରାଯାଉଥିଲା ।
