ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା ବୋଡେନ ଥାନା ପାଟଦର୍ହା ଜଙ୍ଗଲରେ ଠାବ ହୋଇଛି ମାଓ କ୍ୟାମ୍ପ। ପାଟଦର୍ହା ଜଙ୍ଗଲ ଭିତରେ ଏକ ମାଓ କ୍ୟାମ୍ପ ଥିବା ନେଇ ନୂଆପଡ଼ା ପୋଲିସ ଖବର ପାଇବା ପରେ ଗତ ୨୩ ତାରିଖ ଦିନ ଏସଓଜି, ଡିଭିଏଫ୍ ଓ ସିଆରପିଏଫ୍ ଟିମ୍ ପକ୍ଷରୁ କମ୍ବିଂ ଅପରେସନ୍ କରାଯାଇଥିଲା। ଏହି ସମୟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ମଧ୍ୟ ହୋଇଥିଲା।ସୁରକ୍ଷା ବାହିନୀର ମୁକାବିଲା କରିନପାରି ମାଓବାଦୀମାନେ ଶେଷରେ ଛତ୍ରଭଙ୍ଗ ଦେଇଥିଲେ। ଗତ ୨୩ ତାରିଖରେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ କମ୍ଵିଂ ଅପରେସନ କରାଯାଇଥିଲା।

ଏହି କମ୍ଵିଂ ଅପରେସନ ସମୟରେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। କ୍ୟାମ୍ପରୁ ଗୋଟିଏ ଆଇଡି, ୩ଟି ଡେଟୋନେଟର, ମାଓ ପୋଷାକ, ଔଷଧ ସହ ରୋଷେଇ ସାମଗ୍ରୀ ଜବତ କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି।