ଉପରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବାପରେ ବିରୋଧୀଙ୍କ ଉପରେ ବର୍ଷିଲେ ମାର୍ଗାରେଟ ଆଲଭା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉପରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଶନିବାର ଘୋଷଣା ହେବା ପରେ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥି ମାର୍ଗାରେଟ ଆଲଭା ନିଜ ସହଯୋଗୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ ବିରୋଧୀ ଦଳଙ୍କୁ ଟାର୍ଗେଟ କରି କହିଛନ୍ତି, କିଛି ବିରୋଧୀ ଦଳ ଭାରତୀୟ ଜନତା ପାର୍ଟିର ସମର୍ଥନ କରିଛନ୍ତି ଯାହା ତାଙ୍କୁ କଷ୍ଟ ଦେଇଛି ।ହେଲେ ଏହା ପୂର୍ବରୁ ସେ ଏନଡିଏର ପ୍ରାର୍ଥୀ ତଥା ନିର୍ବାଚନରେ ଜିତିଥିବା ଜଗଦୀପ ଧନକରଙ୍କୁ ବିଜୟୀ ହେବାର ଶୁଭେଚ୍ଛା ଜଣାଇଛନ୍ତି ।

ଟୁଇଟ କରି ଆଲଭା କହିଛନ୍ତି, ଶ୍ରୀ ଧନକରଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବାରୁ ଶୁଭେଚ୍ଛା । ଏହି ନିର୍ବାଚନ ବିରୋଧୀଙ୍କ ସହ ମିଶି ଏକାଠି କାମ କରିବା, ଅତୀତକୁ ପଛରେ ପକାଇ ପରସ୍ପର ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାର ଅବସର ଥିଲା । ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଯେ କିଛି ବିରୋଧୀ ଦଳ ପ୍ରତ୍ୟେକ୍ଷ ଅବା ପରୋକ୍ଷ ଭାବେ ଭାଜପାକୁ ସମର୍ଥନ ଦେବାର ବିକଳ୍ପ ବାଛି ନେଇଥିଲେ, ଯାହା ବିରୋଧୀଙ୍କ ଏକଜୁଟ ହେବା ବିଚାରକୁ ଲାଇନଚ୍ୟୁତ କରିଥିଦେଲା । ସେ ଆହୁରି ମଧ୍ୟ କହିଛନ୍ତି ବିରୋଧୀଙ୍କ ଭାଜପାକୁ ସମର୍ଥନ ତାଙ୍କ ବିଶ୍ୱସନୀୟତାକୁ କ୍ଷତି ପହଞ୍ଚାଇଲା ।

Related Posts