ସରିଲା ଉପରାଷ୍ଟ୍ରପତି ପଦ ପାଇଁ ମତ ଗ୍ରହଣ, ଆରମ୍ଭ ହେଲା ଭୋଟ ଗଣତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ୧୪ତମ ଉପରାଷ୍ଟ୍ରପତି ପଦ ନିମନ୍ତେ ସଂସଦ ଭବନରେ ଆଜି ସନ୍ଧ୍ୟା ୫ଟାରେ ମତଦାନ ଶେଷ ହୋଇଛି। ଏହି ପଦବୀ ପାଇଁ ଏନଡିଏର ପ୍ରାର୍ଥୀ ଭାବେ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନକଡ଼ ଓ ବିରୋଧୀ ପ୍ରାର୍ଥୀ ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାର୍ଗାରେଟ ଆଲଭା ଅବତୀର୍ଣ୍ଣ ହୋଇଛନ୍ତି।

ସଂସଦର ଉଭୟ ସଦନର ନିର୍ବାଚିତ ସଦସ୍ୟ ଏହି ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। ଆଜି ସନ୍ଧ୍ୟା ୫.୫ ମିନିଟରେ ଭୋଟ ଗଣତି ଆରମ୍ଭ ହୋଇଛି। ପରବର୍ତ୍ତୀ ଉପରାଷ୍ଟ୍ରପତି ଆସନ୍ତା ୧୧ରେ ଶପଥ ଗ୍ରହଣ କରିବେ। ଆଜିର ମତଦାନରୁ ତୃଣମୂଳ କଂଗ୍ରେସ ବିରତ ରହିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରମୁଖ ଆଜି ଉପରାଷ୍ଟ୍ରପତି ପଦ ନିମନ୍ତେ ଅନୁଷ୍ଠିତ ନିର୍ବାଚନରେ ମତଦାନ କରିଛନ୍ତି।

Related Posts