ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍ । ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଅପରାହ୍ନ ୪ଟାରେ ରେଜଲ୍ଟ ପୁସ୍ତିକା ଉନ୍ମୋଚିତ ହେବ। ଅପରାହ୍ନ ୫ ଟାରୁ ୬ ଟା ଭିତରେ ପରୀକ୍ଷାର୍ଥୀ ମାନେ ସେମାନଙ୍କ ରେଜଲ୍ଟ ଜାଣି ପାରିବେ। ରେଜଲ୍ଟ ଜାଣିବା ଲାଗି ବୋର୍ଡ ୱେବସାଇଟରେ ପରୀକ୍ଷାର୍ଥୀ ମାନେ ଲଗ ଇନ କରିପାରିବେ। ସେହିପରି sms ଜରିଆରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଆରେ ଲିଖିତ ମାଟ୍ରିକ ସାର୍ଟିଫିକେଟ ଓ ମାର୍କ ସିଟ ଦିଆଯିବ।

ଯେହେତୁ ଏଥର ପ୍ରଶ୍ନ ସରଳ ଥିଲା, ତେଣୁ ଗତ ବର୍ଷ ତୁଳନାରେ ଭଲ ରେଜଲ୍ଟ ହେବ ବୋଲି ଶିକ୍ଷାବିତ ମାନେ ଆଶାପ୍ରକଟ କରିଛନ୍ତି। ସେପଟେ ପ୍ରଥମ ଥର ପାଇଁ ଓଡ଼ିଆରେ ଲିଖିତ ମାଟ୍ରିକ ସାର୍ଟିଫିକେଟ ଓ ମାର୍କ ସିଟ ପାଇବେ, ଚଳିତ ବର୍ଷର ଦଶମ ଶ୍ରେଣୀର ପରୀକ୍ଷାର୍ଥୀ ମାନେ। ଆସନ୍ତା କାଲି ଅପରାହ୍ନରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏଥର ମୋଟ ୫ ଲକ୍ଷ ୪୬ ହଜାର ୫୮୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।