ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ମୟୁରଭଂଜ ଜିଳ୍ଲାରେ ବିଜୟ ଉତ୍ସବ ପାଳନ ଆରମ୍ଭ ହୋଇଯାଇଛି । ଦ୍ରୌପଦୀଙ୍କ ବିଜୟ ନେଇ ବାଜା ବାଣ ରେ ଫାଟି ପଡୁଛି ପରିବେଶ। ରାଇରଂଗପୁର ସହରର ମଧ୍ୟ ଉତ୍ସବ ମୁଖର ହୋଇ ଉଠିଛି । ଆଗୁଆ ମିଠା ପ୍ରସ୍ତୁତ କରାଯାଇଛି । ରାଇରଂଗପୁର ରଂଗଲାଲ ଧର୍ମଶାଳାରେ ୨୦ହଜାର ଲଡୁ ପ୍ରସ୍ତୁତ ହୋଇ ରହିଛି । ଫଳାଫଳ ଆସିବା ପରେ ଏହି ଲଡୁ ବଂଟାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।ସେପଟେ ବାରିପଦାରେ ଆଦିବାସୀ ମାନେ ଢୋଲ ତାମସା ଧରି ନାଚଗୀତର ଆସର ଜମାଇଛନ୍ତି । ଅନ୍ୟପଟେ ଭୋଜିଭାତର ମଧ୍ୟ ଆୟେଜନ ଚାଲିଛି ।ଏହାବ୍ୟତୀତ ସହରର ବିଭିନ୍ନ ସ୍ଥାନ ରଙ୍ଗୀନ ଆଲୋକରେ ସଜ୍ଜିତ ହୋଇଛି । ସହର ସାରା ବଡ଼ ବଡ଼ ହୋଡିଂ ଓ ବ୍ୟାନର ଲଗାଯାଇଛି ।
