ଭୁବନେଶ୍ୱର,୨୧/୧୨(ସତ୍ୟପାଠ ବ୍ୟୁରୋ): ଆଜି ସକାଳୁ ଗଜପତି ଜିଲ୍ଲାରେ ମୃଦୁ ଭୂକମ୍ପ ଅନଭୂତ ହୋଇଛି। ମୋହନା, ଆର୍. ଉଦୟଗିରିର ବିଭିନ୍ନ ଅଞ୍ଚଳରେ ଆଜି ସକାଳ ୯ଟା ୪୬ ମନିଟରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି। ଭୂପୃଷ୍ଠଠୁ ୫ କିମି ଗଭୀରରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

ତେବେ ଆଜି ସକାଳେ ପ୍ରାୟ ୫ରୁ୬ ସେକେଣ୍ଡ ପାଇଁ ଭୂମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଭୟରେ ଘର ବାହାରକୁ ଚାଲି ଆସିଥିଲେ। ଏପରିକି ସ୍କୁଲ୍‌ ଛାତ୍ରଛାତ୍ରୀମାନେ ମଧ୍ୟ କ୍ଲାସ୍‌ରୁ ବାହାରକୁ ଚାଲି ଆସିଥିଲେ। ମୋହନା ସମେତ ଲୁହାଗୁଡି, ଅଡବା, ଚନ୍ଦ୍ରଗିରି, ମହେନ୍ଦ୍ରଗଡ ଓ ଆର ଉଦୟଗିରି ଅଞ୍ଚଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଏଥିରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।