ଜିଲ୍ଲାପାଳଙ୍କ ମହାନତା; ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ନିଜ ଗାଡ଼ିରେ ନେଲେ ହସ୍ପିଟାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜିଲ୍ଲାପାଳଙ୍କ ମହାନତା। ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ନିଜ ଗାଡ଼ିରେ ହସ୍ପିଟାଲ ନେଲେ । ଆମେ କହୁଛୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ କଥା । ଶୁକ୍ରବାର ରାତିରେ ଜଣେ ବ୍ୟକ୍ତି ଓ ତାଙ୍କ ଝିଅ ଦୁର୍ଘଟଣାର ଶିକାର ହୋଇଥିଲେ । ଜିଲ୍ଲାପାଳ ଉଭୟ ବାପା ଓ ଝିଅଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ମେଡିକାଲ ନେଇଥିଲେ ।

ସୂଚନା ଅନୁସାରେ, ମୟୂରଭଞ୍ଜ ଗଜପତି ଜିଲ୍ଲା ନୂଆଗଡ଼ ଗ୍ରାମକୁ ବାପା ଓ ଝିଅ ବାଇକ ଯୋଗେ ଯିବା ସମୟରେ ମୋହନା ଅନ୍ତର୍ଗତ ଚନ୍ଦ୍ରଗିରି ନିକଟସ୍ଥ ଘାଟିରେ ଭାରସାମ୍ୟ ହରାଇ ବସିଥିଲେ ଓ ପଡ଼ି ଯାଇଥିଲେ।

ସେହି ସମୟରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୋହନା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବାକୁ ଯାଇଥିବା ବେଳେ ରାସ୍ତାରେ ବାପା-ଝିଅ ପଡ଼ିଥିବା ଦେଖିବାକୁ ପାଇଥିଲେ । ସେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଉଭୟେ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଅନ୍ୟପଟେ ଜିଲ୍ଲାପାଳଙ୍କ ଏଭଳି ମହତ କାମ ପାଇଁ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ଖୁବ୍ ପ୍ରଶଂସା କରାଯାଉଛି ।

Related Posts