ଅଚାନକ ବାଲେଶ୍ବର ଜିଲ୍ଲା ଗସ୍ତରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ: ବୁଲିଲେ ବିଭିନ୍ନ ସ୍କୁଲ୍

ବାଲେଶ୍ୱର : ବାଲେଶ୍ବର ଜିଲ୍ଲା ଗସ୍ତରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଗତ କିଛି ଦିନ ହେବ ସେ ବିଭିନ୍ନ ଜିଲ୍ଲା ବୁଲି ପାଠପଢା ତଦାରଖ କରିବା ସହ ଛାତ୍ରଛାତ୍ରୀଙ୍କ ସମସ୍ୟା ପଚାରି ବୁଝୁଛନ୍ତି । ତେବେ ଏହାରି ମଧ୍ୟରେ ଆଜି ମନ୍ତ୍ରୀ ସମୀର ରଞ୍ଜନ ଦାସ ଅଚାନକ ବାଲେଶ୍ଵର ଜିଲ୍ଲା ଗସ୍ତ କରି ବିଭିନ୍ନ ସ୍କୁଲ ବୁଲି ଦେଖିଛନ୍ତି ।

ବାଇକରେ ବସି ବିଭିନ୍ନ ସ୍କୁଲ ବୁଲିଛଲେ ମନ୍ତ୍ରୀ । ଏହି ସମୟରେ ସେ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । କେମିତି ଚାଲିଛି ପାଠପଢା ସେ ବିଷୟରେ ବି ତଦାରଖ କରିଥିଲେ । ଏହାସହ ସ୍କୁଲର ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି ।

ସୂଚନା ଥାଉକି, ଏଇ ନିକଟରେ କେନ୍ଦୁଝର ଜିଲ୍ଲା ଗସ୍ତ କରିଥିଲେ ମନ୍ତ୍ରୀ । ତେବେ ବାଟରେ ଯାଉଥିବା ଏକ ସ୍କୁଲ ବସ୍‌କୁ ଅଟକାଇଥିଲେ । କାରଣ ବସରେ କ୍ଷମତା ଠାରୁ ଅଧିକ ଛାତ୍ରଛାତ୍ରୀ ଯାଉଥିଲେ । ସେଥିପାଇଁ ବସକୁ ଅଟକାଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କଡା ତାଗିଦ୍ କରିଥିଲେ ।

Related Posts