ଅଡୁଆରେ ମିସ୍‌ ୟୁନିର୍ଭସ ହରନାଜ୍‌ କୌର ସାନ୍ଧୁ: ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ମିସ୍‌ ୟୁନିର୍ଭସ ହରନାଜ୍‌ କୌର ସାନ୍ଧୁଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଭିନେତ୍ରୀ ତଥା କେମଡିଆନ୍‌ ଉପାସନା ସିଂହ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଏଥିସହ ସେ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି।

ସୂଚନା ମୁତାବକ, ପଞ୍ଜାବୀ ଫିଲ୍ମ ‘ବାଇ ଜି କୁଟେଙ୍ଗେ’ରେ ନଜର ଆସିବେ ହରନାଜ ସାନ୍ଧୁ। ଏହି ଫିଲ୍ମରେ ଉପସାନ ମଧ୍ୟ ଅଛନ୍ତି। ଫିଲ୍ମଟି ଗତ ମେ’ ମାସରେ ରିଲିଜ ହେବାର ଥିଲା। କିନ୍ତୁ ହରନଜା ଫିଲ୍ମର ପ୍ରମୋସନ ପାଇଁ ତାଙ୍କୁ ସମୟ ଦେଇନଥିଲେ। ଏଥିସହ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତା’ର କୌଣସି ଉତ୍ତର ଦେଇନଥିଲେ ହରନାଜ। ଅଭିନେତ୍ରୀ ଉପାସନା ହରନାଜଙ୍କୁ ଫୋନ, ମେସେଜ ଓ ମେଲ୍‌ ମଧ୍ୟ କରିଥିଲେ। କିନ୍ତୁ ହରନାଜଙ୍କ ତରଫରୁ ଏହାର କୌଣସି ଉତ୍ତର ମିଳିନଥିଲା ବୋଲି ଅଭିଯୋଗ ହୋଇଛି।

ଏହାକୁ ନେଇ କମେଡିଆନ୍‌ ଉପାସନା ଏବେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଚୁକ୍ତି ଅନୁଯାୟୀ ହରନାଜ ୨୫ ଦିନ ଯାଏଁ ଫିଲ୍ମର ପ୍ରମୋସନ କରିଥା’ନ୍ତେ। କିନ୍ତୁ ଏବେ ସେ ଫିଲ୍ମ ପାଇଁ କେବଳ ୫ ଦିନ ମଧ୍ୟ ଯଦି ପ୍ରମୋସନ କରନ୍ତି ତେବେ ଭଲ ହେବ ବୋଲି ଅଭିନେତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମିସ୍‌ ୟୁନିର୍ଭସ ହରନାଜ କୌର ସାନ୍ଧୁଙ୍କ ଏହା ହେଉଛି ଡେବ୍ୟୁ ଫିଲ୍ମ। ଏହି ଫିଲ୍ମ ଜରିଆରେ ସେ ଅଭିନୟ ଜଗତରେ ପାଦ ରଖିବାକୁ ଯାଉଛନ୍ତି।

Related Posts