ମଙ୍କି ପକ୍ସ ଭୟ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚିନ୍ତା ପ୍ରକଟ ପରେ, ସତର୍କ କରାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶ ଉପରକୁ ମାଡି ଆସୁଛି ବିପଦ | ଗୋଟିଏ ପରେ ଗୋଟିଏ ମାରାତ୍ମକ ରୋଗ ଏବେ ସମଗ୍ର ଦେଶକୁ କବଳିତ କରିବାକୁ ବସିଲାଣି | ଗତ ଦୁଇବର୍ଷ ହେଲା ମହାମାରୀ କରୋନା ସମଗ୍ର ବିଶ୍ୱକୁ କବଳିତ କରି ରଖିଥିବା ବେଳେ, ଏବେ ଟମାଟୋ ଫ୍ଲୁ ବା ମଙ୍କି ପକ୍ସକୁ ନେଇ ଚିନ୍ତା ପ୍ରକାଶ ପାଇଛି | ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଏନେଇ ଚିନ୍ତା ପ୍ରକାଶ କରିଛି ।

ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ର ଚିନ୍ତାକୁ ନେଇ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ଗତକାଲି(ଶୁକ୍ରବାର) କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ(ICMR)ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(NCDC)କୁ ତୀକ୍ଷ୍ମ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ବିମାନ ବନ୍ଦର ଉପରେ ନଜର ରଖିବା ସହ ବିଦେଶରୁ ଆସୁଥିବା ସନ୍ଦିଗ୍ଧ ଯାତ୍ରୀଙ୍କର ନମୁନା ଯାଞ୍ଚ ପାଇଁ ପୁଣେର ଏନ୍‌ଆଇଭିକୁ ପଠାଇବାକୁ ଏନ୍‌ସିଡିସି ଓ ଆଇସିଏମ୍‌ଆରକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

ଯେଉଁ ବ୍ୟକ୍ତିଙ୍କ ଠାରେ ମଙ୍କି ପକ୍ସ ରୋଗର ଲକ୍ଷଣ ଦେଖାଯାଉଛି ସେମାନଙ୍କ ସାମ୍ପଲକୁ ପୁଣେର NIVକୁ ପଠାଯିବ ବୋଲି ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ୟୁକେ, ସ୍ପେନ, ବେଲଜିୟମ, ଇଟାଲୀ, ଅଷ୍ଟ୍ରେଲିଆ ଓ କାନାଡ଼ାରେ ଏହି ରୋଗ ଚିହ୍ନଟ ହୋଇଛି । ଅଧିକାଂଶ ସଂକ୍ରମଣ ୨ ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ । ସଂକ୍ରମିତ ପ୍ରାଣୀ ସଂସ୍ପର୍ଶରେ ଆସିଲେ ଏହି ରୋଗ ହୋଇଥାଏ ।ଏହା ଜଣେ ଲୋକଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ କରିନଥାଏ, ହେଲେ ଭାଇରସ ଶରୀରର ତରଳ ପଦାର୍ଥ(Body Fluid)ର ସଂସ୍ପର୍ଶରେ ଆସିବା ପରେ ରୂପାନ୍ତରିତ ହୋଇଥାଏ । ଫଳରେ ରୋଗୀ ଏଥିରେ ଆକ୍ରାନ୍ତ ହୋଇଥାଏ । ଦେହ ଅସୁସ୍ଥ ଅନୁଭବ ହେବା, ଜ୍ୱର ହେବା, ଦେହସାରା ଫଳି ଯାଇ ଦାଗ ଚିହ୍ନଟ ହେବା, ମୁହଁରେ ଫଳିବା ଆଦି ଏହି ରୋଗର ଲକ୍ଷଣ ।

Related Posts