ଘରେ ବସି କରିପାରିବେ ମଙ୍କିପକ୍ସ ପରୀକ୍ଷା: ନୂଆ RT-PCR କିଟ୍ ଲଞ୍ଚ

ନୂଆଦିଲ୍ଲୀ : କରୋନା ପରେ ଏବେ ସାରା ଦେଶକୁ ଘାରିଛି ଦ୍ରୁତ ଗତିରେ ବ୍ୟାପୁଥିବା ମଙ୍କିପକ୍ସ ରୋଗ | ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ, ଯାହାକୁନେଇ ସାଧାରଣ ଲୋକଙ୍କ ସମେତ ସରକାରଙ୍କ ଚିନ୍ତା ବଢାଇଦେଇଛି । ଭାରତରେ ଏପର୍ଯ୍ୟନ୍ତ ଏହି ରୋଗର କୌଣସି ମାମଲା ସାମ୍ନାକୁ ଆସିନାହିଁ । ମାତ୍ର ସରକାର ଏଥିରୁ ବର୍ତ୍ତିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ଏ ଭିତରେ ଭାରତର ଏକ ପ୍ରମୁଖ କମ୍ପାନୀ ଏହି ରୋଗର ଯାଞ୍ଚ ପାଇଁ ନୂଆ RT-PCR କିଟ୍ ଲଞ୍ଚ କରିଛି ।

ଶୁକ୍ରବାର ଦିନ ଔଷଧ ଉପକରଣ ପ୍ରସ୍ତୁତ କରୁଥିବା ଏହି କମ୍ପାନୀ ମଙ୍କିପକ୍ସର ରିୟଲ ଟାଇମ୍ ରିପୋର୍ଟ ଦେଉଥିବା RT-PCR କିଟ୍ ପ୍ରସ୍ତୁତ କରିଥିବା ଘୋଷଣା କରିଛି । ଏହି କିଟ୍ ମାଧ୍ୟମରେ ଜଣାପଡିବ ଯେ ରୋଗୀଠାରେ ମଙ୍କିପକ୍ସର ଲକ୍ଷଣ ଅଛି କି ନାହିଁ ।

ରିପୋର୍ଟ ଅନୁସାରେ ଟ୍ରିଭିଟ୍ରୋନ୍ ହେଲ୍ଥକେୟାରର ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ ଟିମ୍ ଏହି RT-PCR କିଟ୍ ପ୍ରସ୍ତୁତ କରିଛି । ଏହି କିଟ୍ ୪ଟି ରଙ୍ଗରେ ପ୍ରସ୍ତୁତ କରାଯାଇଛି । ସବୁ ରଙ୍ଗରେ ଏକ ସ୍ବତନ୍ତ୍ର ଫ୍ଲେଭର ବ୍ୟବହାର କରାଯାଇଛି । କମ୍ପାନୀ ଅନୁସାରେ ସିଙ୍ଗଲ ଟ୍ୟୁବ୍‌ରେ ସ୍ବାବ୍ ଟେଷ୍ଟ ମାଧ୍ୟମରେ ଏହି ପରୀକ୍ଷା କରାଯିବ । ଏଥିରେ ଚିକେନପକ୍ସ ଏବଂ ମଙ୍କିପକ୍ସ ସମ୍ପର୍କରେ ସହଜରେ ପତ୍ତା ଲଗାଯାଇପାରିବ । ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଁ କେବଳ ଏକ ଘଣ୍ଟା ସମୟ ଲାଗିବ ।

ଇଣ୍ଡିଆନ୍ ମେଡିକାଲ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି ଯେ, ଭାରତରେ ଏପର୍ଯ୍ୟନ୍ତ ମଙ୍କିପକ୍ସର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ । ମାତ୍ର ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସମସ୍ତ ରାଜ୍ୟକୁ ଏହି ରୋଗର ଲକ୍ଷଣ କୁହାଯିବା ସହ ସତର୍କ ରହିବାକୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ବ୍ରିଟେନ୍, ଜର୍ମାନୀ, ଇଟାଲୀ ସମେତ ବିଶ୍ବର ପ୍ରାୟ ୨୯ ଦେଶରେ ଏହି ରୋଗୀ ଚିହ୍ନଟ ହୋଇସାରିଛନ୍ତି ।

Related Posts