ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ସଂସଦର ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି। ଫଳରେ ଉଭୟ ରାଜ୍ୟସଭା ଓ ଲୋକସଭାକୁ ଦିନ ୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଛି।
ସୂଚନା ଅନୁସାରେ ଉଭୟ ଗୃହରେ ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସର ସାଂସଦ ମାନେ ଗୃହ ମଧ୍ୟଭାଗରେ GST ଓ ଦରଦାମ ବୃଦ୍ଧିକୁ ନେଇ ଜୋରଦାର ହଙ୍ଗାମା କରିଥିଲେ। ଏହାପରେ ଗୃହକୁ ମୁଲତବି ଘୋଷଣା କରାଯାଇଥିଲା।
ତେବେ ଗତକାଲି ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ । ଆଜି ଦ୍ୱିତୀୟ ଦିନରେ ଶ୍ରୀଲଙ୍କାରେ ଦେଖାଯାଇଥିବା ସଙ୍କଟ ପ୍ରସଙ୍ଗକୁ ନେଇ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଡକାଯାଇଛି।
