ଏଲପିଜି ସିଲିଣ୍ଡର ଦର ବୃଦ୍ଧିକୁ ନେଇ ନିଆରା ପ୍ରତିବାଦ; ସଂସଦରେ କଞ୍ଚା ବାଇଗଣ ଖାଇଲେ ଟିଏମସି ସାଂସଦ କାକୋଲି ଘୋଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ବୃଦ୍ଧିକୁ ବିରୋଧ କରି ସଂସଦର ଉଭୟ ଗୃହରେ ହଙ୍ଗାମା ଜାରି ରହିଛି। ଏହି କ୍ରମରେ ଆଜି ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କାକୋଲି ଘୋଷ ଦସ୍ତିଦାର ଲୋକ ସଭାରେ ରନ୍ଧନ ଗ୍ୟାସ୍ ଦର ବୃଦ୍ଧିକୁ ବିରୋଧ କରିବା ପାଇଁ ଏକ ନିଆରା ଉପାୟ ଅବଲମ୍ବନ କରିଥିଲେ।ସେ ଗୃହରେ ଭାଷଣ ଦେବା ସମୟରେ କଞ୍ଚା ବାଇଗଣ ଖାଇ ନରେନ୍ଦ୍ର ମୋଦି ସରକାରଙ୍କୁ ବିରୋଧ କରିଛନ୍ତି।ସେ କହିଛନ୍ତି,ଦେଶରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଏତେ ମହଙ୍ଗା ହୋଇଛି ଯେ ପନିପରିବା ରାନ୍ଧିବା ଏବଂ ଖାଇବା କଷ୍ଟକର ହୋଇପଡିଛି। ଆଜିର ସମୟରେ ଗରିବ ଏବଂ ଶ୍ରମିକ ଶ୍ରେଣୀର ଲୋକମାନେ ଏତେ ଦାମୀ ସିଲିଣ୍ଡର କିଣି ପାରିବେ ନାହିଁ। ତେଣୁ ପନିପରିବା କଞ୍ଚା ଖାଇବାକୁ ପଡିବ।

କାକୋଲି ଘୋଷ ଆହୁରି ମଧ୍ୟ କହିଛନ୍ତି, ଏକ ସମୟ ଥିଲା, ଯେତେବେଳେ ସିଲିଣ୍ଡରର ମୂଲ୍ୟ ବଢୁଥିଲା, ସେହି ସମୟରେ ଏହି ସରକାରର ଜଣେ ନେତା ଖାଲି ସିଲିଣ୍ଡର ସହିତ ସଂସଦକୁ ଆସି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଁ ବିରୋଧ କରିଥିଲେ। କିନ୍ତୁ ଆଜି ଯଦି କେହି ବିରୋଧ କରୁଛନ୍ତି, ତା’ଙ୍କ ସ୍ବର ଚାପି ଦିଆଯାଉଛି।

Related Posts