ବିଜେପିରେ ମିଶିଲେ ଅନୁଭବ ମହାନ୍ତି

  

ଭୁବନେଶ୍ୱର,୧/୪(ସତ୍ୟପାଠ ବ୍ୟୁରୋ):  ବିଜେପିରେ ମିଶିଲେ କେନ୍ଦ୍ରପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବରେ ବିଜେପିରେ ଯୋଗ ଦେଇଛନ୍ତି । ୨ ଦିନ ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ ସାଂସଦ ଅନୁଭବ ମହାନ୍ତି ।

ଅନୁଭବ ମହାନ୍ତି ବିଜେଡିରୁ ଇସ୍ତଫା ଦେବା ସହ ଲେଖିଥିଲେ ଦଳ ମୁଖିଆଙ୍କୁ ଦେଖା କରିବାର ସୁଯୋଗ ମିଳୁନାହିଁ । ବାପାଙ୍କ ଦେହାନ୍ତ ପରେ ଦଳ ତରଫରୁ କୌଣସି ସମବେଦନା ମିଳିଲା ନାହିଁ । ତେବେ ବିଜେଡି ଛାଡିଥିଲେ ମଧ୍ୟ ଚଳିତ ନିର୍ବାଚନ ସେ ନିଶ୍ଚୟ ଲଢିବେ ବୋଲି କହିଥିଲେ । 

୨୭ ଏପ୍ରିଲ ୨୦୧୩ରେ ବିଜେଡିରେ ସାମିଲ ହୋଇଥିଲେ ଅନୁଭବ । ୨୦୧୪ର ବିଜେଡି ଟିକେଟରେ ରାଜ୍ୟସଭା ସାଂସଦ ହୋଇଥିଲେ । ସର୍ବକନିଷ୍ଠ ରାଜ୍ୟସଭା ସାଂସଦ ଥିଲେ ଭାବେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟସଭା ଦାୟିତ୍ୱ ତୁଲାଇଥିଲେ ଅନୁଭବ ।

Related Posts