ପୌର ନିର୍ବାଚନ: ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ହେବାକୁ ଥିବା ୨୨ରୁ ୨୪ ତାରିଖ ଯାଏଁ ପରୀକ୍ଷା ବନ୍ଦ

ଆଗକୁ ପୌର ନିର୍ବାଚନ । ଏନେଇ ରାଜନୈତିକ ମାହୋଲ ସରଗରମ ଥିବା ବେଳେ, ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର ଆସିଛି । ପୌର ନିର୍ବାଚନ ପାଇଁ ପରୀକ୍ଷା ବନ୍ଦ କରିବା ନେଇ ଘୋଷଣା ହୋଇଛି। ଆସନ୍ତା ମାର୍ଚ୍ଚ ୨୨ରୁ ୨୪ ତାରିଖ ଯାଏଁ ପରୀକ୍ଷା ବନ୍ଦ । ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ହେବାକୁ ଥିବା ପରୀକ୍ଷା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଉ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ଜଣାଇଛି ବିଭାଗ । ଚିଠି ଲେଖି ପରୀକ୍ଷା ବନ୍ଦ ନେଇ ଜଣାଇଲା ଉଚ୍ଚଶିକ୍ଷା ବିଭାଗ ।

ସୂଚନାଯୋଗ୍ୟ, ପୌର ନିର୍ବାଚନ ପାଇଁ କଲେଜ ଗୁଡିକରେ ବୁଥ୍ ହୋଇଛି। ଫଳରେ ପରୀକ୍ଷାରେ ସମସ୍ୟା ଉପୁଜିବା ଆଶଙ୍କା ରେ ପରୀକ୍ଷା ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଛି । ଆସନ୍ତା ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ପାଇଁ ପଡିବ ଭୋଟ ।

Related Posts