ଅନେକ ସମୟରେ ବାବା ନିଜର କଳାକାରନାମା ପାଇଁ ଚର୍ଚ୍ଚା କୁ ଆସନ୍ତି । ଏପରି ଖବର ଅନେକ ଥର ନଜିର ରହିଛି । ଯାହାର ପର୍ଦଫର୍ଶ କରିଛି ଖୋଦ୍ ପୋଲିସ । ବାବା ନାଁ ରେ କଳଙ୍କ ସାଜି ଭିଆଇ ଥାନ୍ତି ଅମାନୁଷିକ କାର୍ଯ୍ୟ । ତେବେ ସାମ୍ନାକୁ ଆସିଛି ଆଉ ଏକ ବାବାଙ୍କ କଳାକାରନାମା । ଖଣ୍ଡଗିରି ସ୍ଥିତ ଜଣେ ବାବାଙ୍କ ନାଁରେ ଆସିଛି ବଳାତ୍କାର ଅଭିଯୋଗ । ଏହି ବାବାଙ୍କ ନା ହେଉଛି ପ୍ରଫୁଲ କୁମାର ଦାସ । ସେ ତାଙ୍କ ଆଶ୍ରମରେ ବଳାକ୍ରାର କରିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା । ଏହି ବାବା ଜଣଙ୍କ ରାତିରେ କୃଷ୍ଣ ବେଶରେ ସଜେଇ ହୋଇ କଦମ୍ବ ଗଛ ମୂଳରେ ମୃଗ ଛାଲ ପିନ୍ଧି ବସନ୍ତି ବୋଲି ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳା ।
ଏହି ସମୟରେ ବାବା ଜଣଙ୍କ ମହିଳାଙ୍କୁ ନବବୋଧୂ ବେଶରେ ସାଜିବାକୁ ଚାପ ପକାନ୍ତି ବୋଲି ପୀଡିତା କହିଛନ୍ତି । କେବଳ ମହିଳା ନୁହେଁ ଶିଶୁଙ୍କୁ ମଧ୍ୟ ନିର୍ଯାତନା ଦେଉଥିବାର ମଧ୍ୟ ଅଭିଯୋଗ ରହିଛି ।
ସେପଟେ ବାବାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ତାଙ୍କ ସମର୍ଥକମାନେ ଖଣ୍ଡନ କରିଛନ୍ତି । ଏପରି ଅଭିଯୋଗର କୌଣସି ଆଧାର ନାହିଁ । ବରଂ ବାବାଙ୍କ ଆଶ୍ରମ ଆସି ଅନେକ ରୋଗୀ ଭଲ ହୋଇ ଉପକୃତ ହୋଇଥିବା ପ୍ରଫୁଲଙ୍କ ସମର୍ଥକ କହିଛନ୍ତି । ସେପଟେ ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି।
