
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ନାଗାଲାଣ୍ଡ ହତ୍ୟାମାମଲାରେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ ବଡ଼ ବୟାନ ଦେଇଛନ୍ତି । ତେବେ ଅନୁସନ୍ଧାନର ଫଳାଫଳକୁ ଆଧାର କରି ଉପଯୁକ୍ତ ତଥା ସଂଶୋଧନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜେନେରାଲ ନାରାଭାନେ ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଏପରି କହିଥିବାର ଦେଖିବାକୁ ମିଳିଛି । ଏହା ସହ ନାଗାଲାଣ୍ଡର ସୋମ ଜିଲ୍ଲାରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରିଥିଲେ । ସେପଟେ ନାଗାଲାଣ୍ଡରେ ସୁରକ୍ଷା ବାହିନୀ ଦ୍ୱାରା ଆତଙ୍କବାଦୀ ବିରୋଧୀ ଅପରେସନରେ ୧୪ ଜଣ ସ୍ଥାନୀୟ ଲୋକଙ୍କ ଭୁଲ ତଥ୍ୟ ଯୋଗୁଁ ପ୍ରାଣ ହରାଇଥିଲେ। ପରବର୍ତ୍ତୀ ସଂଘର୍ଷରେ ଏକ ସୁରକ୍ଷା ବାହିନୀ ଯବାନ ମଧ୍ୟ ନିହତ ହୋଇଥିଲେ।
ମିଆଁମାର ସୀମାବର୍ତ୍ତୀ ନାଗାଲାଣ୍ଡର ସୋମ ଜିଲ୍ଲାର ଓଟିଙ୍ଗ ଗ୍ରାମରେ ଏହି ଘଟଣା ଘଟିଥିଲା । ଏହି ଘଟଣାରେ ଦୁଃଖ ପ୍ରକାଶ କରି ଭୁଲ ପରିଚୟ ହେତୁ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ । ଅନ୍ୟପଟେ ଏହି ଘଟଣା ବିରୋଧରେ ଏକ ବିରାଟ ବିରୋଧ ପ୍ରଦର୍ଶନ କରାଯାଇଥିଲା। ନାଗାଲାଣ୍ଡରୁ ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ଶକ୍ତି ଅଧିନିୟମକୁ ହଟାଇବାକୁ ଦାବି କରି ଶତାଧିକ ନାଗ ଦୁଇ ଦିନିଆ ଦିମାପୁରରୁ ରାଜ୍ୟ ରାଜଧାନୀ କୋହିମା ଅଭିମୁଖେ ଯାତ୍ରା କରିଥିଲେ ।
ଫୁଟ୍ ମାର୍ଚରେ ଅଂଶଗ୍ରହଣ କରିଥିବା ଲୋକଙ୍କ ହାତରେ ପ୍ଲାକାର୍ଡ ଏବଂ ବ୍ୟାନର ଥିଲା, ଯାହା ଇୠଝଚଇ ଅଧିନିୟମ ରଦ୍ଦ କରିବାକୁ ଦାବି କରିଥିଲା । ଏହା ସହିତ ଲୋକମାନେ ୧୪ ସାଧାରଣ ନାଗରିକଙ୍କ ମୃତ୍ୟୁ ମାମଲାରେ ନ୍ୟାୟ ପାଇଁ ସ୍ଲୋଗାନ ମଧ୍ୟ ଦେଇଥିଲେ। ଗତ କିଛି ସପ୍ତାହ ମଧ୍ୟରେ ସୋସିଆଲ ମିଡିଆରେ ଏକ ବିଶାଳ ଅଭିଯାନ ପରେ ବିଭିନ୍ନ ନାଗା ନାଗରିକ ସମାଜ ସଂଗଠନ ଦ୍ୱାରା ଦୁଇ ଦିନିଆ ପଦଯାତ୍ରା କରାଯାଇଥିଲା ।