ଭୁବନେଶ୍ୱର: ପାର୍ବଣ ପୂର୍ବରୁ କମିଶନରେଟ ପୋଲିସକୁ ବଡ଼ ଉପହାର ଦେଇଛି ନାଲକୋ କମ୍ପାନୀ । ପେଟ୍ରୋଲିଂ କରିବାକୁ ପୋଲିସକୁ ୬ଟି ଅତ୍ୟାଧୁନିକ ପିସିଆର୍‌ ଭ୍ୟାନ ଦେଇଛି। ପୂର୍ବରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସକୁ ସହଯୋଗ କରୁଥିବା ନାଲକୋ ଅନୁଷ୍ଠାନ ଏଥର ପାର୍ବଣ ପୂର୍ବରୁ କମିଶନରେଟ ପୋଲିସକୁ 6ଟି ପିସିଆର୍‌ ଭ୍ୟାନ୍‌ ଦେଇଛି।

ଏଥିରୁ ୫ଟି ଭ୍ୟାନ୍କୁ କମିଶନରେଟ ପୋଲିସ ରାଜଧାନୀରେ ପେଟ୍ରୋଲିଂ ପାଇଁ ବ୍ୟବହାର କରିବା ସହ ଗୋଟିଏ ଭ୍ୟାନକୁ ନୟାପଲ୍ଲୀ ଥାନାକୁ ପ୍ରଦାନ ଦିଆଯାଇଛି।

ପୂର୍ବରୁ ନାଲକୋ ପକ୍ଷରୁ କମିଶନରେଟ ପୋଲିସକୁ ଦିଆ ଯାଇଥିବା ଭ୍ୟାନ ଏବଂ ଏବେର ୬ଟିକୁ ମିଶାଇ ପ୍ରାୟ ୫୩ଟିରୁ ଅଧିକ ଭ୍ୟାନ କମିସନରେଟ ପୋଲିସକୁ ଦିଆଯାଇଛି ବୋଲି ନାଲକୋ କର୍ତ୍ତୃପକ୍ଷ କହିଛନ୍ତି। ଏହା ସହ ଆଗକୁ ନାଲକୋ ଅନୁଷ୍ଠାନ ପକ୍ଷରୁ ସିଏସଆର୍‌ ଫଣ୍ଡରୁ ଅନେକ ସହଯୋଗ ଯୋଗାଇ ଦେବା ପାଇଁ ନେଇ ଲକ୍ଷ ରଖାଯାଇଥିବା ନାଲକୋର ବରିଷ୍ଠ ଅଧିକାରୀ କହିଛନ୍ତି। ସୋମବାର ପୋଲିସକୁ ମିଳିଥିବା ୬ଟି ଭ୍ୟାନକୁ ସୁରକ୍ଷା ଦୃଷ୍ଟିରୁ ପାର୍ବଣର ଭିଡ଼ ସମୟରେ ପେଟ୍ରୋଲିଂ କରିବାରେ ଅନେକ କାମରେ ଆସିବ ବୋଲି ଉଭୟ ଭୁବନେଶ୍ୱର ପୋଲିସ କମିଶନର ଓ ଡିସିପି କହିଛନ୍ତି ।