
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନାରଦା ଲାଞ୍ଚ ମାମଲାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଦାୟର ଏକ ୟାଚିକାର ଶୁଣାଣି ସ୍ଥଗିତ ରଖିଛନ୍ତି। ଏହି ମାମଲାରେ କୋଲକାତା ହାଇକୋର୍ଟ ମମତା ବାନାର୍ଜୀଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆଫିଡେଭିଟ୍ ରେକର୍ଡ ନେବାକୁ ମନା କରିଦେଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଏହି ଆବେଦନର ଶୁଣାଣି ସ୍ଥଗିତ ରଖିଛନ୍ତି। ସୁପ୍ରିମକୋର୍ଟ ଜୁନ୍ 25 ପର୍ଯ୍ୟନ୍ତ କଲିକତା ହାଇକୋର୍ଟଙ୍କୁ ଏହି ମାମଲାର ଶୁଣାଣି କରିବା ଉପରେ ଶୁଣାଣି ନକରିବା ପାଇଁ ଆଗ୍ରହ କରିଛନ୍ତି। ସୁପ୍ରିମକୋର୍ଟ ଏହା ପୂର୍ବରୁ ଜୁନ୍ 18 ରେ ସୂଚାଇ ଦେଇଛନ୍ତି ଯେ 21 ଏବଂ 22 ରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରିପାରିବେ ନାହିଁ। ମଙ୍ଗଳବାର ଏହି ମାମଲା ଗ୍ରହଣ କରାଯାଇ ନ ଥିବାରୁ ଆମେ ଆଶା କରୁଛୁ 25 ତାରିଖ ପୂର୍ବରୁ କୌଣସି ତାରିଖରେ ହାଇକୋର୍ଟ ଏହି ମାମଲା ଗ୍ରହଣ କରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନାରଦା ମାମଲାକୁ ସ୍ୱତନ୍ତ୍ର ସିବିଆଇ କୋର୍ଟରୁ ହାଇକୋର୍ଟକୁ ସ୍ଥାନାନ୍ତର କରିବାକୁ ସିବିଆଇର ଆବେଦନ ସଂପର୍କରେ ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଆଇନ ମନ୍ତ୍ରୀ ମଳୟ ଘଟକଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ୟଚିକା ଦାଖଲ କରାଯାଇଥିଲା। ଏହି ମାମଲାରେ ସିବିଆଇ ପଶ୍ଚିମବଙ୍ଗର ମନ୍ତ୍ରୀ ଫରହାଦ୍ ହାକିମ ଏବଂ ସୁବ୍ରତ ମୁଖାର୍ଜୀ, ଟିଏମସି ବିଧାୟକ ମଦନ ମିତ୍ର ଏବଂ ଦଳର ପୂର୍ବତନ ନେତା ସୋଭାନ ଚାଟାର୍ଜୀଙ୍କୁ ମେ 17 ରେ ଗିରଫ କରିଥିଲା। ମେ 19 ରେ ସିବିଆଇ ହାଇକୋର୍ଟଙ୍କୁ କହିଥିଲା ଯେ ବାନାର୍ଜୀ ଏବଂ ଘାଟକ ଏହି ଚାରିଜଣ ନେତାଙ୍କ ଗିରଫଦାରୀ ବିରୋଧରେ ପ୍ରଦର୍ଶନ କରିଥିଲେ ଏବଂ ପଶ୍ଚିମବଙ୍ଗରେ ଏକ “ଭିଡତନ୍ତ୍ର” ଅଛି ବୋଲି କହିଥିଲେ। ଏହି ଅଭିଯୋଗ ଉପରେ ବାନାର୍ଜୀ ଏବଂ ଘାଟକ ପ୍ରତିକ୍ରିୟା ଦେଇଥିଲେ । କିନ୍ତୁ ଜୁନ୍ 9 ରେ କଲିକତା ହାଇକୋର୍ଟ କହିଥିଲେ ଯେ ସେମାନଙ୍କ ଆଫିଡେଭିଟ୍ ଠିକ୍ ସମୟରେ ଦାଖଲ କରାଯାଇ ନାହିଁ। ହାଇକୋର୍ଟ କହିଛନ୍ତି, “ ଉତ୍ତରଦାତା ଠିକ୍ ସମୟରେ ସେମାନଙ୍କର ଆଫିଡେଭିଟ୍ ଦାଖଲ ନକରି ଏକ ବିରାଟ ବଡ ଭୁଲ କରିଛନ୍ତି। ସେମାନେ ଯେତେବେଳେ ଇଚ୍ଛା ସେତେବେଳେ ଆଫିଡେଭିଟ୍ ଦାଖଲ କରିବେ, ଏଭଳି ଅନୁମତି ଦିଆଯାଇ ପାରିବ ନାହିଁ । ଜେଲରେ ଥିବା ଅଭିଯୁକ୍ତଙ୍କ ଅନୁମତି ଦିଆଯାଇପାରେ କିନ୍ତୁ ରାଜ୍ୟ ସରକାରଙ୍କ କ୍ଷେତ୍ରରେ ଏଭଳି ହୋଇପାରିବ ନାହିଁ। ” ଏପଟେ ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟ ଆଇନ ମନ୍ତ୍ରୀ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଆବେଦନ କରିଛନ୍ତି। ଏହି ମାମଲାରେ ସିବିଆଇକୁ ଅତିରିକ୍ତ ଆଫିଡେଭିଟ୍ ଦାଖଲ କରିବାକୁ ଅନୁମତି ଦିଆଯାଉଥିବା ବେଳେ ବେଙ୍ଗଲ ସରକାରଙ୍କୁ କାହିଁକି ସମୟ ଦିଆଯିବ ନାହିଁ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି।