ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରୀ ରହିଛି ଭାରତ ଯୋଡୋ ଯାତ୍ରା । ତେବେ ଏହି ଯାତ୍ରାରେ ସାମିଲ ହେବେ ନ୍ୟାସନାଲ କନ୍ଫରେନ୍ସ (ଏନ୍ସି) ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା। ଯେତେବେଳେ ଏହି ଯାତ୍ରା ଲଖନପୁର ଅର୍ଥାତ୍ ଯେଉଁଠି ଜମ୍ମୁ-କଶ୍ମୀର ଆରମ୍ଭ ହେଉଛି ସେଠାରେ ପହଞ୍ଚିବା ପରେ ଫାରୁକ ସେଥିରେ ଅଂଶଗ୍ରହଣ କରିବେ।
ଏନେଇ ବୁଧବାର ସେ ନିଜେ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ବର୍ତ୍ତମାନ ଦେଶରେ ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ସମୟ ଆସିଛି । ଏଥିପାଇଁ ମୁଁ ରାହୁଲ୍ ଗାନ୍ଧୀଙ୍କ ଭାରତ ଯୋଡ଼ା ଯାତ୍ରା ରେ ସାମିଲ ହେବି ।
