ନବ ଦାସଙ୍କ ପିଏସଓ ମିତ୍ରଭାନୁ ଦେଓ ସସ୍‌ପେଣ୍ଡ

ଭୁବନେଶ୍ୱର,୧/୨(ସତ୍ୟପାଠ ବ୍ୟୁରୋ): ନବ ଦାସ ହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ। ନବ ଦାସଙ୍କ ପିଏସଓ ସସପେଣ୍ଡ । ନବ ଦାସଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ ସସପେଣ୍ଡ କଲେ ଝାରସୁଗୁଡ଼ା ଏସପି। ନିଜ କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ସସପେଣ୍ଡ କରାଯାଇଥିବା ଜଣା ପଡିଛି। ତେବେ ଗତକାଲି ନବ ଦାସଙ୍କୁ ହତ୍ୟା ଘଟଣାରେ ମିତ୍ରଭାନୁଙ୍କୁ ବ୍ରଜରାଜନଗର ପୋଲିସ ଷ୍ଟେସନରେ ୨ ଘଣ୍ଟା ଜେରା କରିଥିଲା କ୍ରାଇମବ୍ରାଞ୍ଚ୍। ଏହାପରେ ଆଜି ତାଙ୍କୁ ସସପେଣ୍ଡ କରାଯାଇଛି।

ସେହିଭଳି ବ୍ରଜରାଜନଗର ଥାନାର ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କୁ ବଦଳି କରାଯାଇଛି। ପ୍ରଦ୍ୟୁମ୍ନ ସ୍ୱାଇଁଙ୍କୁ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ସୂଚନା ମିଳିଛି। ସେହିଭଳି ଗନ୍ଧିଛକ ଫାଣ୍ଡି ଅଧିକାରୀ ଏସଆଇ ଶଶିଭୂଷଣ ପୋଢ଼ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରା ଯାଇଛି। ଗନ୍ଧିଛକ ଫାଣ୍ଡି ଅଞ୍ଚଳରେ ହିଁ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ଓ ହତ୍ୟାକାରୀ ଗୋପାଳ ଦାସ ସେହି ଫାଣ୍ଡି ରେ କାର୍ଯ୍ୟରତ ଥିଲେ। ଅନ୍ୟପଟେ ଇନ୍ସପେକ୍ଟର ଧବଳେଶ୍ୱର ସାହୁଙ୍କୁ ସମ୍ବଲପୁରରୁ ଝାରସୁଗୁଡ଼ାକୁ ବଦଳି କରାଯାଇଛି। ତାଙ୍କୁ ବ୍ରଜରାଜନଗର ଥାନା ଦାୟିତ୍ବ ମିଳିପାରେ।

ସୂଚନାଯୋଗ୍ୟ ଯେ, ନବ ଦାସଙ୍କୁ ହତ୍ୟା ପରେ ଗତକାଲି ଝାରସୁଗୁଡ଼ା ଏସପି ରାହୁଲ ଜୈନ ଓ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା ।

Related Posts