ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା; ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିଲେ ପ୍ରତି ଖେଳାଳିଙ୍କୁ ମିଳିବ କୋଟିଏ ଟଙ୍କା

ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ହକି ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ୨୦୨୩ ବିଶ୍ୱକପ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ ଟଙ୍କା ପ୍ରଦାନ କରିବାକୁ ନବୀନ ଘୋଷଣା କରିଛନ୍ତି । ରାଜ୍ୟ ସରକାର ଖେଳାଳୀଙ୍କୁ ଏହି ଅର୍ଥ ପ୍ରଦାନ କରିବେ । ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଳୀଙ୍କୁ ଭେଟିବା ଅବସରରେ ନବୀନ ଏହି ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ଆଗାମୀ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ୱରରେ ଥିବା କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମିଳିତ ଭାବେ ବିଶ୍ୱକପ ଖେଳାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଭିନ୍ନ ଦେଶର ଖେଳାଳୀ ଭୁବନେଶ୍ୱରରେ ପହଞ୍ଚିବା ଆରମ୍ଭ କରିଛନ୍ତି । ସେପଟେ ଆଜି ରାଉରକେଲାରେ ନିର୍ମିତ ବିଶ୍ଵର ସର୍ବବୃହତ୍ ହକି ଷ୍ଟାଡିୟମ୍ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଉଦଘାଟନ କରିବାକୁ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତ କରିଛନ୍ତି।

Related Posts