ନବନୀତ ରାଣାଙ୍କୁ ଏକ ଜାଲ ଜାତି ପ୍ରମାଣପତ୍ର ମିଳିଛି; ସେ ଏସସି ନୁହଁନ୍ତି: ସଞ୍ଜୟ ରାଉତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ହନୁମାନ ଚାଳିସାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏପରିକି ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଦଳମାନେ ପରସ୍ପର ମଧ୍ୟରେ ବୟାନବାଜି କରିବାରେ ଲାଗିଛନ୍ତି । ସେପଟେ ଗିରଫ ହୋଥିବା ସାଂସଦ ନବନୀତ ରାଣାଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଶିବସେନା ନେତା ସଞ୍ଜୟ ରାଉତ ନବନୀତ୍ ରାଣାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଏହା ସହ ଡି-ଗ୍ୟାଙ୍ଗ ସହ ମଧ୍ୟ ତାଙ୍କର ସମ୍ପର୍କ ରହିଛି ବୋଲି ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି। ତେବେ ନବନୀତ୍ ରାଣାଙ୍କୁ ଦାଉଦଙ୍କ ଘନିଷ୍ଠ ସହାୟକଙ୍କଠାରୁ ୮୦ ଲକ୍ଷ ଟଙ୍କା ଋଣ ନେଇଥିବା ଅଭିଯୋଗ କରିଛନ୍ତି ଏବଂ ଏନ୍ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ପଚାରିଛନ୍ତି ଯେ ସେମାନେ ଏହି ଘଟଣାର ତଦନ୍ତ କରିଛନ୍ତି କି ? କେବଳ ଏତିକି ନୁହେଁ ବରଂ ସଞ୍ଜୟ ରାଉତ ନବନୀତ୍ ରାଣାଙ୍କୁ ଅଭିଯୋଗ କରିଛନ୍ତି ଯେ ଜେଲରେ ମୃତ୍ୟୁବରଣ କରିଥିବା ଦାଉଦଙ୍କ ଘନିଷ୍ଠ ସହଯୋଗୀ ୟୁସୁଫ୍ ଲାକଡାୱାଲାଙ୍କ ଠାରୁ ନବନୀତ ରାଣା ୮୦ ଲକ୍ଷ ଟଙ୍କା ଋଣ ନେଇଛନ୍ତି। ଏବଂ ମୋର ପ୍ରଶ୍ନ ଯେ ଇଡି ଏହାର ଅନୁସନ୍ଧାନ କଲା କି? ଏହା ଜାତୀୟ ସୁରକ୍ଷା ପ୍ରସଙ୍ଗ ନୁହେଁ କି ?

ଅନ୍ୟପକ୍ଷରେ ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ନବନୀତ୍ ରାଣାଙ୍କୁ ଏକ ଜାଲ୍ ଜାତି ପ୍ରମାଣପତ୍ର ମିଳିଛି ଏବଂ ସେ ଏସସି ନୁହଁନ୍ତି। ସଞ୍ଜୟ ରାଉତ ଟ୍ୱିଟରରେ ଏହି ବିଷୟରେ ଏକ ଡକ୍ୟୁମେଣ୍ଟର ଫଟୋ ସେୟାର କରିଛନ୍ତି। ନବନୀତ୍ ରାଣା ଅମ୍ରାବତୀ ଲୋକସଭା ଆସନରୁ ଜଣେ ସାଂସଦ ଏବଂ ୨୦୧୯ ରେ ଏକ ସ୍ୱାଧୀନ ପ୍ରାର୍ଥୀ ଭାବରେ ଜିତିଛନ୍ତି। ତାଙ୍କ ଜାତି ପ୍ରମାଣପତ୍ର ସମ୍ପର୍କରେ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା ଏବଂ ତାଙ୍କୁ କୁହାଯାଇଥିଲା ଯେ ସେ ଏସସି ସମ୍ପ୍ରଦାୟର ନୁହଁନ୍ତି। କିନ୍ତୁ ବମ୍ବେ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନରେ କୁହାଯାଇଛି, “ନବନୀତ୍ କୌର ରାଣା ପଞ୍ଜାବର ଏବଂ ସେ ଲାବାନା ଜାତିର ଅଟନ୍ତି। ଲାବାନା ଜାତି ପଞ୍ଜାବର ଏସସି ବର୍ଗ ଅଧୀନରେ ଆସନ୍ତି ନାହିଁ । ବିଦ୍ୟାଳୟର ସ୍ଥାନାନ୍ତର ସାର୍ଟିଫିକେଟ୍ ଆଧାରରେ ନବନୀତ ରାଣା ଏକ ନକଲି କାଷ୍ଟ ସାର୍ଟିଫିକେଟ୍ ତିଆରି କରିଛନ୍ତି ଯାହା ବେଆଇନ୍ ଅଟେ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts