ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ମାଳିପଦର ଜଙ୍ଗଲରେ ଏସ୍‌ଓଜି ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଏନ୍‌କାଉଣ୍ଟରରେ ୨ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ମାଳିପଦର ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ଏସ୍‌ଓଜି ଯବାନ କୌଣସି ସୁତ୍ରରୁ ଖବର ପାଇଥିଲେ। ଗତକାଲି ରାତିରେ ଏସ୍‌ଓଜି ଯବାନ ଜଙ୍ଗଲରେ କୁମ୍ବିଂ ଅପେରସନ ଆରମ୍ଭ କରିଥିଲେ। ଦୀର୍ଘ ସମୟ ସର୍ଚ୍ଚ ଅପରେସନ ଚାଲିବା ପରେ ରାତିରେ ଏସ୍‌ଓଜି ଯବାନ-ନକ୍ସଲ ମୁହାଁମୁହିଁ ହୋଇଥିଲେ। ଏପରିକି ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟ ଗୁଳି ବିନିମୟ ଚାଲିଥିବା ବେଳେ ୨ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇଥିବା ଜଣାଯାଇଛି। ଏବେ ବି ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିୟ ଜାରି ରହିଛି।