ଏନସିପି ନେତା ଶରଦ ପଓ୍ବାର ଅସୁସ୍ଥ

ମୁମ୍ବାଇ: ଅସୁସ୍ଥ ଏନସିପି ନେତା ଶରଦ ପଓ୍ବାର । ଏନେଇ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋମବାର ଶରଦ ପଓ୍ବାର ଅସୁସ୍ଥ ଅନୁଭବ କରିବାରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। କୁହାଯାଉଛି ନଭେମ୍ବର ୨ ତାରିଖରେ ତାଙ୍କୁ ଡିସଚାର୍ଜ କରାଯିବ। ଏହା ପରେ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗେଦବେ।

ଏହା ପୂର୍ବରୁ ଶରଦ ପଓ୍ବାର କଂଗ୍ରେସର ‘ଭାରତ୍ ଯୋଡୋ ଯାତ୍ରା’ ରେ ୮ ତାରିଖରେ ଯୋଗଦେବା ପାଇଁ ଘୋଷଣା କରିଥିଲେ। ଏହା ସହ ଶରଦ ପଓ୍ବାର ନଭେମ୍ବର ୪-୫ ନଭେମ୍ବର ଶିରିଡିରେ ହେବାକୁ କାର୍ଯ୍ୟକ୍ରମରେ ସାମିଲ ହେବେ। ୮୧ ବର୍ଷୀୟ ରାଜନେତା ଏବେବି ରାଜନୀତିରେ ସକ୍ରିୟ ରହିଛନ୍ତି ।

Related Posts