ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: NDA ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଦ୍ରୌପଦୀ ମୁର୍ମୁ ଙ୍କୁ ଚୟନ କରାଯାଇଛି । ତେବେ ଏନେଇ ଚୟନ ହେବା ପରେ ମୁର୍ମୁ ଦିଲ୍ଲୀରେ ପହଞ୍ଚିଛନ୍ତି । ଦିଲ୍ଲୀ ରେ ପହଂଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମୁର୍ମୁ । ଏ ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ୍‌ ମଧ୍ୟ କରିଛନ୍ତି ।

ମୁର୍ମୁଙ୍କ ପ୍ରାର୍ଥ୍ବତ୍ବକୁ ସମାଜର ସମସ୍ତ ବର୍ଗ ସ୍ବାଗତ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ଅପରାହ୍ଣରେ ମୁର୍ମୁ କଡା ସୁରକ୍ଷା ମଧ୍ୟରେ ଦିଲ୍ଲୀ ଗସ୍ତ କରିଥିଲେ । ଆସନ୍ତାକାଲି (24 ତାରିଖ) ରେ ସେ ନାମାଙ୍କନ ପତ୍ର ଦାଖଲ କରିବେ । ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ପ୍ରଥମ ପ୍ରସ୍ତାବକ ରହିବା ନେଇ ମଧ୍ୟ ସୂଚନା ରହିଛି ।

ବିଜେପି ନେତୃତ୍ବାଧୀନ NDA ଦ୍ରୌପଦୀଙ୍କୁ ପ୍ରାର୍ଥୀ କରିଛି । ବିଜେଡି ମଧ୍ୟ ସମର୍ଥନ ଦେବା ନେଇ ଘୋଷଣା କରିବା ସହ ଓଡିଶାର ସମସ୍ତ ବିଧାୟକ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ଆହ୍ବାନ କରିଛି । ଅନ୍ୟ କିଛି ଆଞ୍ଚଳିକ ଦଳ ମଧ୍ୟ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ ଦେବା ନେଇ ସଙ୍କେତ ସ୍ପଷ୍ଟ ହୋଇଛି ।

Related Posts