ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ନିଟ୍ ପରୀକ୍ଷା ରଦ୍ଦ ହେବାପରେ ଏନେଇ ରାଜନୀତି ବେଶ୍ ସରଗରମ ହୋଇଉଠିଛି । ଏହା ମଧ୍ୟରେ ଜୁନ୍ ୨୧ରେ ନିଟ୍ ପରୀକ୍ଷା । ତେବେ ନୂତନ ତାରିଖ ଅନୁଯାୟୀ ଆସନ୍ତା ଜୁନ ୨୧ ତାରିଖରେ ଦେଶବ୍ୟାପୀ ୪୨୫୦ଟି କେନ୍ଦ୍ରରେ ନିଟ୍ ୟୁଜି ପରୀକ୍ଷା ହେବ। ଏନ୍ଟିର ବିଜ୍ଞପ୍ତି ଅନୁଯାୟୀ, ନିଟ୍ ୟୁଜି ପରୀକ୍ଷା ଜୁନ ୨୧ରେ ସାରା ଦେଶରେ ଅନୁଷ୍ଠିତ ହେବ।
ଏହା ସହିତ ପ୍ରବେଶ ପତ୍ର ପ୍ରକାଶନ ସମ୍ପର୍କିତ ତାରିଖ ମଧ୍ୟ ଏନ୍ଟିଏ ଦ୍ୱାରା ଆଗାମୀ କିଛି ଦିନ ମଧ୍ୟରେ ଘୋଷଣା କରାଯିବ। ପରୀକ୍ଷାରେ ଯୋଗ ଦେଉଥିବା ଛାତ୍ରଛାତ୍ରୀମାନେ ଏନ୍ଟିଏର ୱେବସାଇଟ୍ neet.nta.nic.in ପରିଦର୍ଶନ କରି ସେମାନଙ୍କର ପ୍ରବେଶ ପତ୍ର ଡାଉନଲୋଡ୍ କରିପାରିବେ। ଏନ୍ଟିଏ ଅନୁଯାୟୀ ନିଟ୍ ୟୁଜି ପୁନଃପରୀକ୍ଷାରେ ଯୋଗ ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ ଯୋଗ ଦେବା ପାଇଁ ପୁଣି ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ। ଏହା ସହିତ ଛାତ୍ରଛାତ୍ରୀମାନଙ୍କୁ ପଞ୍ଜୀକରଣ ଫି ମଧ୍ୟ ଜମା କରିବାକୁ ପଡ଼ିବ ନାହିଁ ବୋଲି ସୂଚନା ମିଳିଛି ।
