ଚିକିତ୍ସାଳୟ ଶୌଚାଳୟରୁ ନବଜାତ ଶିଶୁ ଉଦ୍ଧାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଶୌଚାଳୟରୁ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ନବଜାତ ଶିଶୁ କନ୍ୟାକୁ ଛାଡି ପଳାଇଛି ମା’ । ତେବେ ଉଦ୍ଧାର ନବଜାତ ଶିଶୁ କନ୍ୟାଟି ଗୁରୁତର ରହିଛି । ଗୁରୁତର ଅବସ୍ଥାରେ ଶିଶୁ କନ୍ୟା ଚିକିତ୍ସାଧୀନ ରହିଛି । ତେବେ ଶିଶୁ କନ୍ୟାଟିକୁ ଛାଡି ପଳାଇଥିବା ମହିଳା ଜଣଙ୍କ କିଏ ଏବଂ ସେ କାହିଁକି ଶିଶୁଟିକୁ ଏମିତି ଛାଡି ପଳାଇଲେ ତାହା ସ୍ପଷ୍ଟ ହୋଇନାହିଁ । ସ୍ତ୍ରୀ ଓ ପ୍ରସୂତୀ ବିଭାଗର ୪ର୍ଥ ମହଲା ବାଥ୍ରୁମରୁ ନବଜାତ ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ ଏସ୍ଏନସିୟୁରେ ଚିକିତ୍ସା କରାଯାଉଛି। ଶିଶୁଟିର ଅବସ୍ଥା ଭଲ ନଥିବା ଏସ୍ଏନସିୟୁର ଇନ୍ଚାର୍ଜ ଡାକ୍ତର ସୂର‌୍ୟ୍ୟନାରାୟଣ ମିଶ୍ର କହିଛନ୍ତି।

ଛୁଆଟି ଆଜି ଜନ୍ମ ହୋଇଛି। ଧାର‌୍ୟ୍ୟ ସମୟର ପ୍ରାୟ ୪ ମାସ ପୂର୍ବରୁ ଛୁଆଟି ଜନ୍ମ ହୋଇଛି। ଛୁଆଟି କାହାର ଜଣାପଡ଼ି ନାହିଁ। କେହି ବାଥ୍ରୁମ୍ ଗଲା ବେଳେ ଶିଶୁଟି ଜନ୍ମ ହୋଇଛି ବୋଲି ସନ୍ଦେହ କରାଯାଉଛି। ଚାଇଲ୍ଡ ଲାଇନ କାଉନସିଲର ଯୋଶଦା ସ୍ୱାଇଁ କହିଛନ୍ତି, ଶିଶୁଟିର ଚିକିତ୍ସା ଚାଲିଛି। ତା’ ଅବସ୍ଥା ଭଲ ନାହିଁ। ତା’ର ଅକ୍ସିଜେନ ସ୍ତର ଖୁବ୍ କମ୍ ଅଛି ବୋଲି ଡାକ୍ତର କହିଛନ୍ତି। ଆମ ପାଖକୁ ଆଜି ସକାଳ ପ୍ରାୟ ୧୦ଟା ୧୫ ମିନିଟ୍ ସମୟରେ ମେଡିକାଲ ଫାଣ୍ଡିରୁ ଏ ଘଟଣା ନେଇ ଖବର ଆସିଥିଲା।

Related Posts