ଲଶ୍କର-ଇ-ତୋଇବାରର ଚାରିଜଣ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କଲା ଏନଆଇଏ

ନୂଆଦିଲ୍ଲୀ: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ପକ୍ଷରୁ ଲଶ୍କର-ଇ-ତୋଇବାର ଚାରିଜଣ ଆତଙ୍କବାଦୀଙ୍କ ପୋଷ୍ଟର ଜାରି ହୋଇଛି । ପ୍ରତ୍ୟେକଙ୍କ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିବାବେଳେ ଚାରିଜଣ ଆତଙ୍କବାଦୀଙ୍କ ପୋଷ୍ଟର ପୁଲୱାମା ଏବଂ ଜମ୍ମୁକଶ୍ମୀରର ଅନ୍ୟ ସହରରେ ଲଗାଯାଇଛି | ଏହି ସମସ୍ତ ଆତଙ୍କବାଦୀ ଜମ୍ମୁକଶ୍ମୀରର ଲଶ୍କର ଆତଙ୍କବାଦୀ ସଂଗଠନ ଟିଆରଏଫର ଆତଙ୍କବାଦୀ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ଦୁଇ ଜଣ ପାକିସ୍ତାନୀ ନାଗରିକ ହୋଇଥିବାବେଳେ ଦୁଇଜଣ ସ୍ଥାନୀୟ ନାଗରିକ ବୋଲି ଜଣାପଡିଛି |

ସ୍ଥାନୀୟ ଆତଙ୍କବାଦୀ ଭାବରେ କୁଲଗାମ ଜିଲ୍ଲାର ବାସିତ ଅହମ୍ମଦ ଦାର ବାସିନ୍ଦା ରେଡୱାନି ପାଇନ୍ ହୋଇଥିବାବେଳେ ଅନ୍ୟ ଜଣକ ହେଉଛି ଶେଖ ସାଜଜାଦ ଓରଫ ଶେଖ ଜେଦ । ଶେଖ ଶ୍ରୀନଗରର ଏଚଏମଟି ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ସୂତ୍ରରୁ ପ୍ରକାଶ ଯେ ସାଜଜାଦ ଗତ କିଛି ବର୍ଷ ଧରି ପାକିସ୍ତାନ ଅଧିକୃତ କଶ୍ମୀରରେ ରହିଆସୁଛି। ପୋଷ୍ଟର ଜାରି କରାଯାଇଥିବା ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କ ନାମ ସଲିମ ରହମାନି ଓ ସାଇଫୁଲ୍ଲା ସାଜିଦ ଜାଟ ବୋଲି ଜଣାପଡିଛି।

ଏହି ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଏନଆଇଏ କହିଛି। ଆହୁରି ମଧ୍ୟ, ସୂଚନାଦାତାଙ୍କର ସୂଚନା ସଂପୂର୍ଣ୍ଣ ଗୁପ୍ତ ରଖାଯିବ | ଏଥିପାଇଁ ଏନଆଇଏ ଏକ ଟେଲିଫୋନ୍ ନମ୍ବର ତଥା ହ୍ବାଟସଆପ୍ ନମ୍ବର ଜାରି କରିଛି ଯେଉଁଥିରେ ଏଭଳି ସୂଚନା ଦେଇହେବ ।

ଉଲ୍ଲେଖ ଥାଉ କି ଏହାପୂର୍ବରୁ ଏପ୍ରିଲରେ ମଧ୍ୟ ଏନଆଇଏ ଏହି ଚାରି ଜଣଙ୍କ ନାମରେ ପୋଷ୍ଟର ଲଗାଇଥିଲା

Related Posts