କଟକ : କଟକ ମ୍ୟୁନିସିପାଲ୍ କର୍ପୋରେସନ (ସିଏମସି)କୁ ମିଳିଲା ନୂଆ କମିଶନର । ଆଜି ନିଖିଲ ପୱନ କଲ୍ୟାଣ ନୂଆ ସିଏମସି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୱନ କଲ୍ୟାଣ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ମା କଟକ ଚଣ୍ଡୀଙ୍କୁ ଦର୍ଶନ କରି ତାଙ୍କର ଆଶୀର୍ବାଦ ନେଇଛନ୍ତି।
ସେ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବାପରେ ପ୍ରତିକ୍ରିୟା ଦେଇ କହିଛନ୍ତି ‘’କଟକ ହେଉଛି ବହୁ ପୁରୁଣା ସହର, ତେଣୁ ଏଠାରେ କାମ କରିବା ଚ୍ୟାଲେଞ୍ଜିଂ ରହିବ। ସମସ୍ତଙ୍କ ସହଯୋଗରେ ସମସ୍ତ କାମକୁ ଆଗକୁ ନେବାକୁ ଚେଷ୍ଟା କରିବି। ପୂର୍ବ ଅଭିଜ୍ଞତାକୁ ନେଇ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାମ କରିବି।
ଏଥିସହ ରାଜ୍ୟ ସରକାରଙ୍କ ଦ୍ବାରା ଏବଂ ୫ଟି (5-T) ଅଧୀନରେ ହେଉଥିବା କାର୍ଯ୍ୟର ଅଗ୍ରଗତି ପାଇଁ ଚେଷ୍ଟା କରିବି । ଲୋକଙ୍କ ସମସ୍ୟାକୁ ପ୍ରଥମ ପ୍ରାଧାନ୍ୟ ଦେବି ।
