ରଥଯାତ୍ରା ପାଇଁ ମୁତୟନ ହେବେ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରଥଯାତ୍ରା ପାଇଁ ମୁତୟନ ହେବେ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ । ସେପଟେ ରଥଯାତ୍ରାକୁ ନେଇ ପୁରୀରେ ଆଜି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଶାନ୍ତିଶୃଙ୍ଖଳା ସହ କିଭଳି ରଥାଯାତ୍ରା ଅନୁଷ୍ଠିତ ହେବ ସେନେଇ ଏହି ବୈଠକରେ ଆଲୋଚନା ହୋଇଛି । ଏଥିପାଇଁ ୧୮୦ ପ୍ଲାଟୁନ ପୁଲିସ ଫୋସୟ ମୁତୟନ ହେବେ ବୋଲି ଡିଜିପି ସୁନିଲ ବଂଶଲ ସୂଚନା ଦେଇଛନ୍ତି ।

ସେହିପରି ଟ୍ରାଫିକ ନିୟମ ପାଳନ କରିବାକୁ ପୁରୀ ତଥା ବାହାରୁ ଆସୁଥିବା ଶ୍ରଦ୍ଦାଳୁଙ୍କୁ ଡିଜିପି ଅନୁରୋଧ କରିଛନ୍ତି । ଏହା ସହ ସମୁଦ୍ର ତଟ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Related Posts