NITI Aayog ରିପୋର୍ଟ; ଗତ ୯ ବର୍ଷରେ ଦାରିଦ୍ରତାରୁ ବାହାରିଛନ୍ତି ୨୪.୮୨ କୋଟି ଭାରତୀୟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିତି ଆୟୋଗର ଏକ ରିପୋର୍ଟ ଅନୁଯାୟୀ, ଗତ ନଅ ବର୍ଷ ମଧ୍ୟରେ ପ୍ରାୟ ୨୪.୮୨ କୋଟି ଲୋକ ଦେଶର ଦାରିଦ୍ର୍ୟ ସୀମାରୁ ବାହାରି ଆସିଛନ୍ତି। ସୋମବାର ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୧୩-୧୪ ବର୍ଷରେ ଦେଶରେ ୨୯.୧୭ ପ୍ରତିଶତ ଦାରିଦ୍ର୍ୟ ହାର ରହିଥିଲା, ​​ଯାହା ୨୦୨୨-୨୩ ମସିହାରେ ୧୧.୨୮ ପ୍ରତିଶତକୁ ହ୍ରାସ ପାଇଥିଲା।

ଏହି ସମୟ ମଧ୍ୟରେ ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶରେ ଦାରିଦ୍ର୍ୟର ସର୍ବାଧିକ ହ୍ରାସ ଘଟିଛି। ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବନଧାରଣର ଉନ୍ନତି ମାଧ୍ୟମରେ ଏହାର ମୂଲ୍ୟାଙ୍କନ କରି ନିତି ଆୟୋଗ ମଲ୍‌ଟିଡାଇମେନ୍‌ସ୍‌ନାଲ୍‌ ପଭର୍ଟି ଇଣ୍ଡେକ୍ସ (ଏମ୍‌ପିଆଇ) ପ୍ରସ୍ତୁତ କରିଛି।

ଏହି ରିପୋର୍ଟ ବାହାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେ ଆମେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସର୍ବଦଳୀୟ ବିକାଶ ତଥା ସମୃଦ୍ଧ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ ଜାରି ରଖିବୁ।

ନିତି ଆୟୋଗ ଅନୁଯାୟୀ, ଦାରିଦ୍ରତା ମୁଖ୍ୟତଃ ତିନୋଟି ଆଧାରରେ ମାପ କରାଯାଇଛି। ଯେଉଁଥିରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବନଧାରଣର ହେଉଛି ମୁଖ୍ୟ। ଏଥିମଧ୍ୟରେ ପୁଷ୍ଟିକର ଖାଦ୍ୟ, ଶିଶୁ ଏବଂ କିଶୋର ମୃତ୍ୟୁ, ମାତୃ ସ୍ୱାସ୍ଥ୍ୟ, ବିଦ୍ୟାଳୟରେ ଉପସ୍ଥାନ, ରନ୍ଧନ ଇନ୍ଧନ, ପରିମଳ, ପାନୀୟ ଜଳ, ବିଦ୍ୟୁତ୍, ଗୃହ, ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ଅନ୍ତର୍ଭୁକ୍ତ।

Related Posts