ଇଣ୍ଡିଆ ମେଣ୍ଟରେ ରହିଲେ ପ୍ରଧାନମନ୍ତ୍ରୀ ହୋଇପାରିବେ ନୀତିଶ: ଅଖିଳେଶ ଯାଦବ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ମେଣ୍ଟ କରିବା ନେଇ ଚର୍ଚ୍ଚା ମଧ୍ୟରେ ବଡ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ। ଅଖିଳେଶ କହିଛନ୍ତି, ଯଦି ନୀତିଶ କୁମାର ଇଣ୍ଡିଆ ମେଣ୍ଟରେ ରହନ୍ତେ, ତେବେ ସେ ପ୍ରଧାନମନ୍ତ୍ରୀ ହୋଇପାରନ୍ତେ। ଏନଡିଏ ମେଣ୍ଟରେ ତାଙ୍କୁ ସେହି ସୁଯୋଗ ମିଳିବନାହିଁ ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅଖିଳେଶ ଯାଦବ କହିଛନ୍ତି ଯେ, ଇଣ୍ଡିଆ ମେଣ୍ଟରେ ଯେକୌଣସି ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିବେଚନା କରା ଯାଇପାରେ, ସେ ଦୃଷ୍ଟିରୁ ନୀତୀଶ କୁମାର ଦୃଢ ସମର୍ଥନ ସହ ପ୍ରତିଦ୍ୱନ୍ଦ୍ୱୀ ହୋଇପାରନ୍ତେ। ନିକଟରେ ନୀତିଶ କୁମାର ବିଜେପି ସହ ମିଶିବା ନେଇ ଚର୍ଚ୍ଚା ହେବା ମଧ୍ୟରେ ଏପରି ମନ୍ତବ୍ୟ ଦେଇଛନ୍ତି ଅଖିଳେଶ। ନୀତୀଶ କୁମାରଙ୍କ ୟୁ-ଟର୍ନକୁ ନେଇ ନିରାଶା ପ୍ରକାଶ କରି ଯାଦବ କହିଛନ୍ତି ଯେ, ଜେଡି(ୟୁ) ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇଣ୍ଡିଆ ବ୍ଲକରେ ରୁହନ୍ତୁ ବୋଲେ ସେ ଚାହୁଁଥିଲେ। ନୀତିଶ ମଧ୍ୟ ଏହି ଆଶା ନେଇ ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ ବୋଲି ଅଖିଳେଶ କହିଛନ୍ତି।

ଏପଟେ ନୀତିଶଙ୍କ ଏପରି ପଦକ୍ଷେପ ସେପଟେ କଂଗ୍ରେସ ଏବଂ ଆପ୍ ଏକାକୀ ଆଗାମୀ ଲୋକସଭା ନିର୍ବାଚନ ଲଢିବେ ବୋଲି ଘେଷଣା କରିଛନ୍ତି, ଏପରିସ୍ଥଳରେ କଂଗ୍ରେସ ଆଗକୁ ଆସିବା ଉଚିତ୍ ବୋଲି ଅଖିଳେଶ କହିଛନ୍ତି। କିନ୍ତୁ ଆସନ୍ତା ନିର୍ବାଚନରେ ସେ ରାହୁଲ ଗାନ୍ଧୀଙ୍କ ସହ ପ୍ରଚାର କରିବେ କି ନାହିଁ ପଚରାଯିବାରୁ, କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ଏବଂ କହିଛନ୍ତି ଯେ, ଏଭଳି ସହଯୋଗ ସଫଳ ହେବ କି ନାହିଁ ତାହା କେବଳ ସମୟ କହିବ।

Related Posts