
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି କାରରେ ଲାଗିବନି କଳା କାଚ । ରାଜଧାନୀରେ କଳା କାଚ ଲାଗିଲେ ମାଲିକ ଗଣିବେ ୫୦୦ ଟଙ୍କା ତଣ୍ଡ । ଅପରାଧ ରୋକିବାକୁ କମିଶନରେଟ ପୋଲିସ ଆରମ୍ଭ କଲା ଏପରି ସ୍ୱତନ୍ତ୍ର ଅଭିଯାନ । ତେବେ ବର୍ତ୍ତମାନ ଯାଏଁ ୫୧ଟି ଗାଡିର ଜୋରିମାନା ଆଦାୟ ହୋଇଛି ।
ଆଗାମୀ ଦିନରେ ଏହି ନିୟମକୁ ଆହୁରି ଜୋରଦାର କରାଯିବ । ପ୍ରତି ଛକ ଓ ସ୍ଥାନମାନଙ୍କରେ ହେବ ଚେକିଂ । ଯଦି କୌଣସି ମାଲିକ ବାରମ୍ବାର ଏଭଳି କରିବେ, ତେବେ ଆଗକୁ ଗାଡି ସିଜ କରାଯିବ ବୋଲି କହିଛନ୍ତି ଟ୍ରାଫିକ ଏସିପି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।