
ରାଞ୍ଚି : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍ ରାଞ୍ଚିରେ ଖେଳାଯାଇଥିବା ୨ୟ ମ୍ୟାଚ୍ରେ ଭାରତ ବିଜୟୀ ହାସଲ କରିଛି । ଏଥିସହ ପ୍ରଥମ ମ୍ୟାଚ୍ ହାରିଥିବା ଭାରତ ବଦଲା ନେଇଛି। ୧-୦ରେ ଥିବା ଭାରତୀୟ ଟିମ୍ ଏବେ ୨ୟ ମ୍ୟାଚ୍ ଜିତି ୧-୧କୁ ଆସିଛି ।
୨ୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଭ୍ରମଣକାରୀ ଦଳକୁ ୭ ଓ୍ୱିକେଟ୍ରେ ପରାସ୍ତ କରିଛି । ଏହି ମ୍ୟାଚ୍ରେ ଶ୍ରେୟସ୍ ଆୟର ଓ ଇଷାନ୍ କିଷାନ୍ଙ୍କ ଦମ୍ଦାର ଇନିଂସ ବଦଳରେ ଭାରତୀୟ ଟିମ୍କୁ ଏହି ସହଜ ବିଜୟ ମିଳିଛି ।
ତେବେ ମ୍ୟାଚ୍ ବିଜୟ ପରେ ଇଷାନ୍ କିଷାନ କହିଛନ୍ତି ଯେ, କିଛି ଖେଳାଳି ଏପରି ଅଛନ୍ତି । ସେ ନିଜ ଷ୍ଟ୍ରାଇକ୍କୁ ରୋଟେଟ୍ କରି ଚାଲିଥାନ୍ତି । ଏହା ସେମାନଙ୍କ ଶକ୍ତି ଅଟେ । କିନ୍ତୁ କୌଣସି ବି ଖେଳାଳି ମୋ ପରି ଛକ୍କା ମାରିପାରିବନାହିଁ । ମୋତେ ଛକ୍କା ମାରିବାକୁ ଭଲ ଲାଗେ ଏବଂ ମୁଁ ଅତି ସହଜରେ ମଧ୍ୟ ସଟ୍ ଖେଳିଦିଏ । ଏହା ହିଁ ମୋ ଶକ୍ତି । ଯଦି ମୁଁ ଛକ୍କା ମାରି ରନ୍ ରେଟ୍କୁ ମେକଅପ୍ କରିଦେଉଛି , ତେବେ ମୁଁ ସିଙ୍ଗିଲ୍ ସିଙ୍ଗିଲ୍ ରନ୍ ନେଇ ଷ୍ଟ୍ରାଇକ୍ ରୋଟେଟ କରିବା କଥା ଚିନ୍ତା କରେନାହିଁ ।
ସୂଚନାଯୋଗ୍ୟ ଯେ, ରାଞ୍ଚିରେ ଖେଳାଯାଇଥିବା ୨ୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୭୮ରନ୍ର ଟାର୍ଗେଟ୍ ଦେଇଥିଲେ । ଯାହାକୁ ଭାରତ ୩ ଓ୍ୱିକେଟ୍ ହରାଇ ୪୫.୫ ଓଭରରେ ହାସଲ କରିଦେଇଥିଲା । ଏଥିରେ ଇଷାନ୍ କିଷାନ୍ ଓ ଶ୍ରେୟସ ଆୟର ହିରୋ ସାଜିଥିଲେ। ଶ୍ରେୟସ ଆୟର ୧୧୧ ବଲ୍ରେ ୧୧୩ ରନ୍ ହାସଲ କରିଥିବା ବେଳେ ଇଷାନ୍ କିଷାନ୍ ୮୪ଟି ବଲ୍ ଖେଳି ୯୩ ରନ୍ କରିଥିଲେ । ନିଜ ହୋମ୍ ଗ୍ରାଉଣ୍ଡରେ ମାତ୍ର ୭ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି ଇଷାନ୍ କିଷାନ୍