ଘୋଷଣା ହେଲା ନୋବେଲ ପୁରସ୍କାର: ସ୍ୱିଡେନ୍‌ର ସାନ୍ତେ ପାବୋଙ୍କୁ ମେଡିସିନ୍‌ରେ ନୋବଲ୍‌ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ଚଳିତ ବର୍ଷ ମେଡିସିନ୍‌ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର। ଏନେଇ ସ୍ୱିଡେନ୍‌ର ସାନ୍ତେ ପାବୋଙ୍କୁ ପିଜିଓଲଜି ତଥା ମେଡିସିନ୍‌ରେ ନୋବଲ୍‌ ପୁରସ୍କାର ପ୍ରଦାନ କରାଯାଇଛି। ମାନବ ବିବର୍ତ୍ତନ ସଂପର୍କିତ ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍କାରେ ସମ୍ମାନୀତ କରାଯାଇଛି।

ପାବୋ ପେଲିଓଜେନେଟିକ୍ସର ଅନ୍ୟତମ ପ୍ରତିଷ୍ଠାତା ଅଟନ୍ତି, ସେ ନିଏଣ୍ଡରଥାଲ୍ ଜିନୋମ ଉପରେ ମୁଖ୍ୟ ରୂପୋ କାମ କରିଥିଲେ। ସେ ଜର୍ମାନୀର ଲିପିଜିଙ୍ଗରେ ଥିବା ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ୍ ଫର ଇଭୋଲ୍ୟୁସନାରୀ ଆନ୍ଥ୍ରୋପୋଲୋଜିରେ ମେଞ୍ଜେନେଟିକ୍ସ ବିଭାଗର ନିର୍ଦ୍ଦେଶକ ମଧ୍ୟ ଥିଲେ। ପାବୋଙ୍କୁ ଏକ ସ୍ୱର୍ଣ୍ଣ ମୁଦ୍ରା ଓ ୧୦ ନିୟୁତ ସ୍ୱିଡିସ୍ କ୍ରୋନୋର ବା ୧.୧୪ ନିୟୁତ ଡଲାର ପୁରସ୍କାର ରାଶି ମିଳିବ।

ପୁରସ୍କାର ଘୋଷଣା କରି ନୋବେଲ ପୁରସ୍କାର କମିଟି କହିଛନ୍ତି, “ଅଗ୍ରଗାମୀ ଅନୁସନ୍ଧାନ ମାଧ୍ୟମରେ ସାନ୍ତେ ପାବୋ ଏପରି କିଛି କାର୍ଯ୍ୟ କରିଛନ୍ତି ଯାହା ଅସମ୍ଭବ ମନେହୁଏ। ବର୍ତ୍ତମାନର ମଣିଷର ବିଲୁପ୍ତ ସମ୍ପର୍କୀୟ ନିଏଣ୍ଡରଥାଲଙ୍କ ଜିନୋମକୁ ଆବିଷ୍କାର କରିବା ଏକ ବଡ ସଫଳତା। ଏହାପୂର୍ବରୁ ମଧ୍ୟ ସେ ଅଜଣା ଥିବା ଏକ ହୋମିନିନ୍ ( ବିବର୍ତ୍ତନ ଅନୁସାରେ ମାନବର ପୂର୍ବ ରୂପ) ଡୋନିସୋଭାର ଆବିଷ୍କାର କରିଥିଲେ।”

ପ୍ରାୟ ୭୦ ହଜାର ବର୍ଷ ପୂର୍ବେ ହୋମିନିନମାନେ ଆଫ୍ରିକାରୁ ବିଶ୍ୱର ଅନ୍ୟସ୍ଥାନକୁ ଯାଇଥିଲେ। ଏମାନଙ୍କ ଆଦିମାନବ ହୋମୋ ସାପିଏନ୍ସକୁ ଜିନ ଟ୍ରାନ୍ସଫର ହୋଇଥିଲା। ପ୍ରାକ୍ ମାନବ ହୋମିନିନରୁ ହୋମୋ ସାପିଏନ୍ସ ଓ ଆଧୁନିକ ମାନବ ଶରୀରକୁ ଯାଇଥିବା ଏହି ଜିନ୍‌ ଏବେ ବି କାଏମ ରହିଛି । ଏହି ଜିନ ଟ୍ରାନ୍ସଫର ଯୋଗୁଁ ହୋମିନିନମାନଙ୍କ ରୋଗପ୍ରତିରୋଧକ ଶକ୍ତି ଆଧିୁନିକ ମାନବ ଶରୀରକୁ ଆସିଥିବା ପୋବା ଆବିଷ୍କାର କରିଥିଲେ ବୋଲି ନୋବେଲ କମିଟି କହିଛି।

୧୯୦୧ରୁ ୨୦୨୧ ମଧ୍ୟରେ ୧୧୨ ଜଣ ଚିକିତ୍ସା ଶାସ୍ତ୍ରରେ ନୋବେଲ ପୁରସ୍କାର ପାଇସାରିଲେଣି । ସେମାନଙ୍କ ମଧ୍ୟରୁ ୧୨ ଜଣ ମହିଳା ଅଛନ୍ତି

Related Posts