ଟିଭି ସୋ’ରେ ପ୍ରଧାନମନ୍ତ୍ରୀଙ୍କ ମଜାକ୍ ଉଡ଼ା ଯାଇଥିବା ଅଭିଯୋଗରେ ଜି – ତାମିଲ ଚ୍ୟାନେଲକୁ ନୋଟିସ୍

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ଜି’ ଏଣ୍ଟରଟେନମେଣ୍ଟା ଜି’ ତାମିଲରେ ପ୍ରସାରିତ ‘ଜୁନିଅର ସୁପର ଷ୍ଟାର୍ସ ସିଜନ’ ନାମକୁ ଏକ ରିଅଲିଟି ସୋ’ ପାଇଁ ଚିନ୍ତାରେ ବର୍ତ୍ତମାନ ଜି’ ଏଣ୍ଟରଟେନମେଣ୍ଟ । ତେବେ ଏହି ସୋ’ରେ ଦୁଇ ଶିଶୁ ପ୍ରତିଯୋଗୀ ପ୍ରଧାନମନ୍ତ୍ରୀଙ୍କୁ ପରିହାସ କରିଥିବାର ଅଭିଯୋଗ ହୋଇଥିଲା । ଜାନୁଆରୀ ୧୫ ତାରିଖରେ ଏହି ସୋ’ ପ୍ରସାରିତ ହୋଇଥିଲା । ଏଥିରେ ଐତିହାସିକ ରାଜନୈତିକ ବ୍ୟଙ୍ଗ ଚଳଚ୍ଚିତ୍ରକୁ ପରିବେଷଣ କରାଯାଇଥିଲା । ଯେଉଁଥିରେ ପିଲାମାନେ ଏକ ରାଜାଙ୍କ କାହାଣୀ ବର୍ଣ୍ଣନା କରୁଥିବାର ଦେଖାଯାଉଛି । ଯିଏ କଳା ଟଙ୍କା ବିଲୋପ କରିବା ଉଦ୍ଦେଶ୍ୟରେ ମୁଦ୍ରା ବିମୁଦ୍ରୀକରଣ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏହି ପ୍ରକ୍ରିୟାରେ ବିଫଳ ହୋଇଥିଲେ।

ପିଲାମାନେ ଏହା ମଧ୍ୟ କହିଛନ୍ତି ଯେ କଳା ଟଙ୍କା ବିଲୋପ କରିବା ପରିବର୍ତ୍ତେ ‘ରାଜା’ କେବଳ ବିଭିନ୍ନ ରଙ୍ଗରେ ଜ୍ୟାକେଟ୍ ପିନ୍ଧନ୍ତି ଏବଂ ବୁଲାବୁଲି କରନ୍ତି । ଏପରିକି ପିଲାମାନେ ମଧ୍ୟ ଏକ ବିନିଯୋଗ ଯୋଜନା ଏବଂ ଦେଶରେ ରାଜାଙ୍କ ଶାସନକୁ ପରିହାସ କରୁଥିବା ଦେଖିବାକୁ ମିଳୁଛି । ଯେଉଁଥିରେ ଦର୍ଶକ ଏବଂ ଉପସ୍ଥିତ ଦର୍ଶକମାନେ ପ୍ରଶଂସା କରୁଥିବା ଦେଖାଯାଉଛି । ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭାରତୀୟ ଜନତା ପାର୍ଟି ଜି’ ଏଣ୍ଟରଟେନମେଣ୍ଟହାଉସ ବିରୋଧରେ ମନ୍ତ୍ରଣାଳୟରେ ଅଭିଯୋଗ କରାଯାଇଛି । ଏନେଇ ମନ୍ତ୍ରଣାଳୟ ଏକ ଚିଠି ମଧ୍ୟ ପଠାଇଥିବାର କଥା ସାମ୍ନାକୁ ଆସିଛି । ତେବେ ସାତ ଦିନ ମଧ୍ୟରେ ଜି ଏଣ୍ଟରଟେନମେଣ୍ଟ ହାଉସକୁ ମନ୍ତ୍ରଣାଳୟର ଅଭିଯୋଗ ଉପରେ ମନ୍ତବ୍ୟ ରଖିବାକୁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

Related Posts