ଶିଶୁ ମୃତ୍ୟୁହାର ହ୍ରାସରେ ଓଡ଼ିଶା ଦେଶରେ ପ୍ରଥମ; ହେଲେ ସମ୍ବେଦନଶୀଳ ରାଜ୍ୟ ତାଲିକାରେ ଓଡ଼ିଶା ତଳଆଡ଼ୁ ତୃତୀୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶିଶୁ ମୃତ୍ୟୁହାର ହ୍ରାସରେ ଓଡ଼ିଶା ଦେଶରେ ପ୍ରଥମ । ତେବେ ରାଜ୍ୟରେ ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ୨୦୦୫ ମସିହାରୁ ୨୦୨୦ ମସିହା ଭିତରେ ରାଜ୍ୟରେ ଆଇଏମଆରରେ ୩୯ ପଏଣ୍ଟ ହ୍ରାସ ଘଟିଛି । ଦେଶରେ ଏହି ସମୟରେ ୩୦ ପଏଣ୍ଟ ହ୍ରାସ ଦେଖିବାକୁ ମିଳିଛି । ଓଡ଼ିଶାରେ ଏବେ ପ୍ରତ୍ୟେକ ୧ ହଜାର ଜୀବନ୍ତ ଶିଶୁଙ୍କ ମଧ୍ୟରେ ୩୬ ଜଣଙ୍କ ମୃତ୍ୟୁ ହେଉଛି । ୨୦୦୫ ମସିହାରେ ରାଜ୍ୟରେ ଆଇଏମଆର ୭୫ ରହିଥିଲା । କିନ୍ତୁ ସର୍ବାଧିକ ପଏଣ୍ଟ ହ୍ରାସ ସତ୍ତ୍ୱେ ଓଡ଼ିଶା ଏବେ ବି ଶିଶୁ ମୃତ୍ୟୁହାରକରେ ସମ୍ବେଦନଶୀଳ ରାଜ୍ୟ ତାଲିକାରେ ତଳଆଡ଼ୁ ତୃତୀୟ ସ୍ଥାନରେ ରୌିଛି । ମଧ୍ୟପ୍ରଦେଶୂ, ଛତିଶଗଡ଼ରେ ୩୮, ଆସାମ ଓ ଓଡ଼ିଶା ଯୁଗ୍ମ ଭାବରେ ୩୬ ପଏଣ୍ଟରେ ରହିଛନ୍ତି । ରାଜ୍ୟରେ ଶିଶୁ ମୃତ୍ୟୁହାର ସର୍ବାଧିକ ପଏଣ୍ଟ ହ୍ରାସ ପାଇବା ପରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ଓ ଟିମ ଓଡ଼ିଶାକୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିକାଶର ବିଭିନ୍ନ କ୍ଷେତ୍ରରେ ଓଡ଼ିଶା କ୍ରମାଗତଭାବେ ସଫଳତା ହାସଲ କରି ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଛି ।

ଆଜି ମୋର ସରକାର ସମୀକ୍ଷ ବୈଠକରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀଙ୍କୁ ଏହି ସୂଚନା ଦେବା ସହିତ ରାଜ୍ୟରେ ଶିଶୁ ମୃତ୍ୟୁ ପ୍ରତି ହଜାରରେ ୩୬କୁ ଖସି ଆସିଥିବା କହିଥିଲେ । ରାଜ୍ୟର ବିକାଶ ଯାତ୍ରାରେ ସମସ୍ତେ ସାମିଲ ହୋଇ ଓଡ଼ିଶା ପାଇଁ ନୂଆ ସଫଳତା ହାସଲ କରିବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ରାଜ୍ୟରେ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ହ୍ରାସ ପାଇଁ ୨୦୧୫-୧୬ ମସିହାରୁ ସମ୍ପୂର୍ଣ୍ଣ ଭଳି ଅଭିନବ ସ୍ୱାସ୍ଥ୍ୟସେବା ଯୋଜନା ଆରମ୍ଭ ହୋଇଛି । ଏଥିରେ ବିପଦପୂର୍ଣ୍ଣ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଚିହ୍ନଟ କରି ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ପ୍ରଥମ ରେଫରାଲ ୟୁନିଟରେ ଗର୍ଭବତୀ ମହିଳାଙ୍କୁ ଅସ୍ତ୍ରୋପଚାର ସୁବିଧା ଯୋଗାଇ ଦିଆଯିବା ସହି ଲକ୍ଷ୍ୟ କାର୍ଯ୍ୟକ୍ରମ ଅଧିନରେ ପ୍ରସବକାଳୀନ ସମସ୍ୟା ଓ ନବଜାତ ଶିଶୁଙ୍କୁ ଗୁଣାତ୍ମକ ଯତ୍ନ ସେବା ମିଳିପାୂରୁଛି । ଏଥିପାଇଁ ରାଜ୍ୟରେ ୭୪ଟି ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଛି । ସେହିପରି ରାଜ୍ୟରେ ୪୪ଟି ସ୍ୱତନ୍ତ୍ର ନବଜାତ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରୁଛି ।

Related Posts