ଜାହାଜରୁ କଢ଼ାଯାଉଛି ତେଲ

ସତ୍ୟପାଠ ବ୍ୟୁରୋ : ମାଲେସିଆ ଜାହାଜରୁ କଢ଼ାଯାଉଛି ତେଲ । ତେଲ କାଢ଼ୁଛି ବିଶେଷଜ୍ଞ ଦଳ । ୭ଜଣ ବୈଷୟିକ ଦଳ ସହ ବାଲେଶ୍ୱରର ୧୨ଜଣଇଆ ଟିମ୍ ନିୟୋଜିତ ହୋଇଛନ୍ତି । ଭସାପୋଲରେ ଥିବା ୪ଟି ବ୍ୟାରେଲକୁ କଢ଼ାଯାଉଛି ତେଲ । ପମ୍ପ ଯୋଗେ ତେଲ କାଢ଼ୁଛନ୍ତି ବିଶେଷଜ୍ଞ ଦଳ । ପ୍ରତି ବ୍ୟାରେଲର ତେଲ ଧାରଣ କ୍ଷମତା ରହିଛି ୨ହଜାର ଲିଟର । ପ୍ରାୟ ୫୪୦ମିଟର ଲମ୍ବର ପାଇପ୍ ସଂଯୋଗ କରାଯାଇ ଜାହାଜରୁ ତେଲ କଢ଼ାଯାଉଛି। ଏହାପରେ ତେଲକୁ ସାତପଡ଼ା ସ୍ଥାନାନ୍ତର କରାଯିବା କୁହାଯାଉଛି।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଚିଲିକା ରାଜହଂସ ନିକଟରେ ଅଟକି ରହିଥିବା ମାଲେସିଆ ପଣ୍ୟବାହୀ ଜାହାଜରୁ ତେଲ କଢାଯିବା ଯେତିକି ବିଳମ୍ବ ହେଉଛି ଜିଲ୍ଲା ପ୍ରଶାସନ ପାଇଁ ଅଡ଼ୁଆ ସେତିକି ବଢିବାରେ ଲାଗିଛି। ଗତକାଲିଠାରୁ ତେଲ କାଢିବା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଆଜି ସନ୍ଧ୍ୟା ସୁଦ୍ଧା ଜାହାଜରୁ ତେଲ କଢା ଯାଇପାରିନାହିଁ। ତେଲ ନେବାକୁ ଆଜି ସକାଳେ ୧୮ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ଟ୍ୟାଙ୍କର ଆସି ପହଞ୍ଚିଥିଲା।

ଗତକାଲି ଜାହାଜ ମାଲିକଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ନୋଟିସ ଜାରି କରାଯାଇଥିଲା। ୨ ଦିନ ମଧ୍ୟରେ ଜାହାଜରୁ ତେଲ ବାହାର କରିବା ସହ ୭ ଦିନ ମଧ୍ୟରେ ପୁରୀ ସମୁଦ୍ର କୂଳ ଛାଡ଼ିବାକୁ ନୋଟିସରେ ଉଲ୍ଲେଖ ରହିଥିଲା।

Related Posts