ଦୀପାବଳୀକୁ ଭାରତ ଆସିପାରେ ଓମିକ୍ରନର ନୂଆ ସବ୍-ଭାରିଆଣ୍ଟସ୍ BA.5.1.7 ଓ BF.7: ବୈଜ୍ଞାନିକଙ୍କ ସତର୍କ ଘଣ୍ଟି

ଦିଲ୍ଲୀ: ସମଗ୍ର ବିଶ୍ବକୁ କବଳିତ କାଟି ରଖିଛି କରୋନା ମହାମାରୀ । ଦୀନକୁ ଦିନ ସଂକ୍ରମଣ ହାର କମିଥିଲେ ମଧ୍ୟ ଏବେ ବି ଭୟ ଲାଗି ରହିଛି । ତେବେ ଏହାରି ମଧ୍ୟରେ ପୁଣି ଆଉ ଏକ ନୂତନ ସଂକ୍ରମଣର ଆଗମନ ଆଶଙ୍କା କରାଯାଉଛି ।

ଦୀପାବଳି ସୁଦ୍ଧା ଓମିକ୍ରନର ନୂଆ ସବ୍-ଭାରିଆଣ୍ଟସ୍ BA.5.1.7 ଓ BF.7 ଆସିବା ନେଇ ବୈଜ୍ଞାନିକ ସତର୍କ କଲେଣି । ଚାଇନାର ମୋଙ୍ଗୋଲିଆରୁ ଉତ୍ପନ୍ନ ହୋଇଥିବା ଏହି ଭୂତାଣୁ ଏବେ ସାରା ବିଶ୍ୱକୁ କବଜା କରିବାକୁ ଯାଉଥିବାବେଳେ ଏହା ଅତ୍ୟଧିକ ସଂକ୍ରାମକ ବୋଲି କୁହାଯାଉଛି ।

ଏହା ସହ ନୂତନ ଲହର ସୃଷ୍ଟି ହେବା ନେଇ ଆକଳନ କଲେଣି ଏକ୍ସପର୍ଟ । ଖାସ୍ କରି ଯେଉଁଠି କୋଭିଡ୍ ଅଛି ସେଠାରେ ଅଧିକ ବଢିପାରେ ସଂକ୍ରମଣ । ଏକ ରିପୋର୍ଟ ଅନୁଯାୟୀ, ଗୁଜୁରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ଦ୍ୱାରା ଭାରତରେ BF.7 ର ପ୍ରଥମ ମାମଲା ଚିହ୍ନଟ ହୋଇଛି । ଏହି ନୂତନ ସବ୍-ଭାରିଆଣ୍ଟ ଏତେ ସଂକ୍ରାମକ ଯେ, ଯାହା ଟୀକାକରଣରୁ ରୋଗ ପ୍ରତିରୋଧକ ଶକ୍ତିକୁ ମାତ୍ ଦେବାରେ ବି ସକ୍ଷମ । ଫଳରେ ଆଗକୁ ଆସୁଥିବା ଆଲୋକର ପର୍ବ ଦୀପାବଳି ସହ ଧନତେରାସ୍, ଗୋବର୍ଦ୍ଧନ ପୂଜା ଏବଂ ଭାଇ ଦୂଜ ଭଳି ଉତ୍ସବରେ ସଂକ୍ରମଣ ବଢିପାରେ ବୋଲି ଅନୁମାନ କରାଯାଉଛି । ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରାଯାଉଛି ।

Related Posts