ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ଅସ୍ତ୍ରଶସ୍ତ୍ର ଧରି ପିଏଲଜିଏ ସପ୍ତାହ ପାଳନ କଲେ ମାଓବାଦୀ, ଭାଇରାଲ କଲେ ଭିଡ଼ିଓ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ଏକ ଘଞ୍ଚ ଜଙ୍ଗଲରେ ପୁଲିସକୁ ଚ୍ୟାଲେଞ୍ଜ ଦେଇ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଧରି ନାଚ ଗୀତ ରେ ପିଏଲଜିଏ ସପ୍ତାହ ଶେଷ କରି ଥିବାର ଭିଡିଓ ଭାଇରାଲ ହୋଇଛି। ଶହ ଶହ ମାଓବାଦୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଚଳିତ ବର୍ଷ ନିଜର ଶହୀଦ ସାଥୀଙ୍କୁ ମନେ ପକାଇ ଶହ ଶହ ଆଦିବାସୀ ଲୋକଙ୍କ ସହ ମିଶି ପାଳନ କରିଛନ୍ତି ପି.ଏଲ.ଜି.ଏ ସପ୍ତାହ ।ଏହି ଭାଇରାଲ ହୋଇଥିବା ଭିଡିଓ ରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରେ ସଜ୍ଜିତ ହୋଇ ଶୋଭାଯାତ୍ରା ସହିତ ବିପ୍ଲବୀ ଧର୍ମୀ ନୃତ୍ୟ ସଙ୍ଗୀତ କରୁଛନ୍ତି ମାଓବାଦୀ।

ଏହି ଚିତ୍ର ହେଉଛି ଉପାନ୍ତ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାର ଯେଉଁଠି ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଓବାଦୀ ସଂଗଠନ ପକ୍ଷରୁ ପିଏଲଜିଏ ସପ୍ତାହ ପାଳନ କରାଯାଇଛି। ତେବେ ସବୁଠାରୁ ବଡ଼ କଥା ହେଉଛି ମାଓ ସଂଗଠନ ପୋଲିସ ଓ ସରକାର ଙ୍କ ନିକଟରେ ପୁଣି ଥରେ ନିଜର ସ୍ଥିତି କୁ ଜାହିର କରିଛନ୍ତି । ଯାହାର ଭିଡିଓ ଉତ୍ତୋଳନ କରି ନିଜେ ଭାଇରାଲ କରିଥିବା ଜଣାପଡ଼ିଛି ।

Related Posts