ଖୋଲିବ ଗୁମର; ପୋଲିସ ହାତକୁ ଆସିଲା ଅର୍ଚ୍ଚନା ନାଗଙ୍କ ଡିଜିଟାଲ ଫରେନସିକ ରିପୋର୍ଟ

ଭୁବନେଶ୍ୱର,୨୦/୧୨(ସତ୍ୟପାଠ ବ୍ୟୁରୋ): ଅର୍ଚ୍ଚନା ନାଗ ମାମଲାର ଡିଜିଟାଲ ଫରେନସିକ ରିପୋର୍ଟ ଆସିଛି। ଖଣ୍ଡଗିରି ପୋଲିସକୁ ରିପୋର୍ଟ ହସ୍ତାନ୍ତର କଲା ଏସଏଫଏସଏଲ। ରିପୋର୍ଟର ଗୋଟିଏ କପି କୋର୍ଟକୁ ଦାଖଲ କରାଯାଇଥିବା ସୂଚନା ମିିଳିଛି । ଏଥି​‌ରେ ୪ଟି ମୋବାଇଲ, ୨ଟି ଲାପ୍‌ଟପ୍ ଓ ପେନ୍ ଡ୍ରାଇଭର ରିପୋର୍ଟ ମିଳିଥିବା ନେଇ ଖଣ୍ଡଗିରି ଆଇଆଇସି ସୂଚନା ଦେଇଥିଲେ ।ରିପୋର୍ଟ ଆଧାରରେ ଆଗକୁ ତଦନ୍ତ କରାଯିବ। ଆବଶ୍ୟକ ପଡିଲେ ପୁଣି ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣିବ ପୋଲିସ।

ଉଲ୍ଲେଖଯୋଗ୍ୟ ଯେ ଇଡି ଅର୍ଚ୍ଚନାଙ୍କୁ ପ୍ରଥମେ ୭ ଦିନ ଓ ପରେ ୬ଦିନ ଏମିତି ୧୩ ଦିନ ରିମାଣ୍ଡରେ ନେଇ ଜେରା କରିଥିଲା । ଦୁଇ ପର୍ଯ୍ୟାୟ ଜେରା ପରେ ବି ଅର୍ଚ୍ଚନାଙ୍କ ଠାରୁ ଇଡି ଆଶାନୁରୂପ ତଥ୍ୟ ଆଦାୟ କରି ପାରିନଥିବା ଜଣାପଡ଼ିଛି । ଜଗବନ୍ଧୁ ଚାନ୍ଦ ଏବେ ୯ ଦିନିଆ ଇଡି ରିମାଣ୍ଡରେ ଅଛନ୍ତି । ଆଉ ଦିନକ ପରେ ତାଙ୍କ ରିମାଣ୍ଡ ଅବଧି ସରିବ ।

Related Posts